ପ୍ରୟାଗରାଜ : ଉମେଶ ପାଲ ହତ୍ୟା କାଣ୍ଡରେ ୱାଣ୍ଟେଡ୍ ଥିବା ମାଫିଆରୁ ରାଜନେତା ପାଲଟିଥିବା ଅତୀକ୍ ଅହମ୍ମଦର ପୁଅ ଅସଦ ପୁଲିସ ଏନ୍ କାଉଣ୍ଟରରେ ନିହତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

କୁହାଯାଉଛି ଯେ ଅସଦ ମାତ୍ର ୬ ମାସ ତଳେ ଅପରାଧ ଦୁନିଆରେ ପାଦ ରଖିଥିଲା । ଉମେଶ ପାଲ ହତ୍ୟା କାଣ୍ଡ ପୂର୍ବରୁ ଅସଦ ନାଁରେ କୌଣସି ଅପରାଧିକ ମାମଲା ନଥିଲା। ଫେବ୍ରୁଆରି ୨୪ ରେ ପ୍ରୟାଗରାଜରେ ଉମେଶ ପାଲଙ୍କୁ ହତ୍ୟା କରାଯିବା ପରେ ସେ ୟୁପିର ମୋଷ୍ଟ ୱାଣ୍ଟେଡ ଅପରାଧୀ ହୋଇଥିଲା । ପୁଲିସ ସନ୍ଦେହ କରିଥିଲା ଯେ ସେ ଅଧ ଡଜନ ସୁଟରଙ୍କ ନେତୃତ୍ୱ ନେଇ ଏହି ହତ୍ୟାକାଣ୍ଡ ଘଟାଇଥିଲା । ଏହା ପରେ ଗିରଫ ଭୟରେ ଅସଦ ଅହମ୍ମଦ ଫେରାର ଥିଲା ।

ଅସଦ ଅହମ୍ମଦ ଅତୀକର ସାନ ପୁଅ ଥିଲା । ସେ ଚଳିତ ବର୍ଷ ଆରମ୍ଭରେ ଲକ୍ଷ୍ନୌର ଏକ ବଡ଼ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲା । କୁହାଯାଏ ସେ ଭଲ ପାଠ ପଢୁଥିଲା। ସେ ଆଇନ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିଲା, କିନ୍ତୁ ପରିବାରର ଅପରାଧିକ ଇତିହାସ କାରଣରୁ ତାଙ୍କ ପାସପୋର୍ଟ ଆବେଦନ ମଂଜୁର ହୋଇନଥିଲା । ଉମେଶ ପାଲ ହତ୍ୟା କାଣ୍ଡ ସମୟରେ ସିସିଟିଭି ଫୁଟେଜରେ ଅସଦ ନଜର ଆସିବା ପରେ ସେ ପୁଲିସ ରାଡାରକୁ ଆସିଥିଲା । ପିତା ଅତିକ ଓ ଚାଚା ଅଶରଫଙ୍କ ଅନୁପସ୍ଥିତିରେ ଅତିକଙ୍କ ଦୁଇ ବଡ଼ ପୁଅ ଉମର ଓ ଅଲ୍ଲୀ ଗତ କିଛି ବର୍ଷ ହେବ ଏହି ଗ୍ୟାଙ୍ଗ ଚଳାଉଥିଲେ । ସେତେବେଳେ ଅସଦ ପାଠ ପଢୁଥିଲା ।