ଡିଜିଟାଲ ଜ୍ୟୋତିଷ : ଦିନକୁ ୪୧ ଲକ୍ଷ କମାଉଥିବା ଜ୍ୟୋତିଷ ଷ୍ଟାର୍ଟଅପର କାହାଣୀ

ନୂଆଦିଲ୍ଲୀ : ଆପଣ ଜାଣନ୍ତି କି ଆପଣଙ୍କ ଭବିଷ୍ୟତ କଣ ?  ନିଜର ଭବିଷ୍ୟତ ଜାଣିବାକୁ କେବଳ ଭାରତୀୟ ନୁହେଁ, ସମଗ୍ର ବିଶ୍ବର ଅନେକ ଲୋକଙ୍କ ଆଗ୍ରହ । ଲୋକଙ୍କ ଏହି ଆଗ୍ରହକୁ ନେଇ ଜ୍ୟୋତିଷ ବିଦ୍ୟା କାହିଁ କେତେ କାଳରୁ ଏକ ପେଶାରେ ପରିଣତ ହୋଇଛି । କିନ୍ତୁ ଆଜିର ଡିଜିଟାଲ ଯୁଗରେ ଏହା ଧୀରେ ଧୀରେ ଏକ ଶିଳ୍ପରେ ପରିଣତ ହୋଇସାରିଛି ।

ଜ୍ୟୋତିଷ ବିଦ୍ୟା ଓ ସୂଚନା ପ୍ରଯୁକ୍ତ ଜ୍ଞାନକୌଶଳରେ  ପ୍ରସ୍ତୁତ ଏପରି ଏକ ସଂସ୍ଥା ହେଲା ଆଷ୍ଟ୍ରୋଟକ୍ । ଏହି ଆପ୍ ଦୈନିକ ହଜାର ହଜାର ଲୋକଙ୍କ ଭବିଷ୍ୟତ ଜାଣିବାର ଆଗ୍ରହକୁ ପୂରଣ କରୁଛି । ଏହି ଆପ୍ ଗତ ୨ ବର୍ଷରେ ପ୍ରାୟ ୪ କୋଟି ଗ୍ରାହକଙ୍କୁ ସେବା ଯୋଗାଇଛି । ଲୋକଙ୍କୁ ଭବିଷ୍ୟତ କହି ଏହି ସଂସ୍ଥା ଦିନକୁ ପ୍ରାୟ ୪୧ ଲକ୍ଷ ଟଙ୍କା ଆୟ କରୁଛି । ଆଷ୍ଟ୍ରେଟକ ନେଟଓ୍ବର୍କରେ ପ୍ରାୟ ୨୫୦୦ ଜ୍ୟୋତିଷ ଅଛନ୍ତି, ଯେଉଁମାନେ ଲୋକମାନଙ୍କୁ ଜ୍ୟୋତିଷ ପରାମର୍ଶ ଦେବାକୁ ୨୪ ଘଣ୍ଟା ଉପଲବ୍ଧ ଅଛନ୍ତି ।

ଆଷ୍ଟ୍ରୋଟକର ପ୍ରତିଷ୍ଠାତା ହେଉଛନ୍ତି ପୁନିତ ଗୁପ୍ତା । ପୂର୍ବରୁ ସେ ନିଜେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ କରୁନଥିଲେ । କିନ୍ତୁ ଜଣେ ଜ୍ୟୋତିଷ ତାଙ୍କୁ କହିଥିଲେ ଯେ ସେ ୨୦୧୫ରେ ଏକ ଆଇଟି ଷ୍ଟାର୍ଟଅପ ଆରମ୍ଭ କରିବେ ଓ ତାହା ୨୦୧୭ରେ ବନ୍ଦ ହୋଇଯିବ । ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହେବା ପରେ ସେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ଏହି ଶାସ୍ତ୍ର ଏବେ ତାଙ୍କ ପେସାରେ ପରିଣତ ହୋଇଛି ।

ସମ୍ବନ୍ଧିତ ଖବର