ମା’ଙ୍କ ମୃତ୍ୟୁପରେ ବାପା ଛାଡ଼ି ଚାଲିଗଲେ, ଆଈଙ୍କ ପାଖରେ ରହି ସିବିଏସଇ ଟପ୍ପର ହେଲା ଝିଅ

ପାଟନା : ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ୯୯.୪ ପ୍ରତିଶତ ନମ୍ବର ଆଣିଥିବା ବିହାରର ଜଣେ ଝିଅର ସଂଘର୍ଷର କାହାଣୀ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ବିଜେପି ସାଂସଦ ବରୁଣ ଗାନ୍ଧି ଟୁଇଟ କରିବା ପରେ ଏହି ଝିଅର ସଂଘର୍ଷ ଓ ସଫଳତାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଶ୍ରୀଜା ନାମକ ଏହି ଝିଅ ନିଜ ମାଙ୍କୁ ହରାଇବା ପରେ ତା’ର ବାପା ତାକୁ ପରିତ୍ୟାଗ କରିଦେଇଥିଲେ ଓ ଦ୍ବିତୀୟ ବିବାହ କରିଥିଲେ । ଶ୍ରୀଜାଙ୍କୁ ତାଙ୍କ ଆଈ ଲାଳନ ପାଳନ କରିଥିଲେ । ଆଈଙ୍କ ଘରେ ରହି ସେ ପାଟନାର ଏକ ଡିଏଭି ପବ୍ଲିକ ସ୍କୁଲରେ ପଢୁଥିଲେ । କଠିନ ପରିଶ୍ରମ କରି ସେ ସିବିଏସଇ ୧୦ମ ପରୀକ୍ଷାରେ ୯୯.୪ ପ୍ରତିଶତ ନମ୍ବର ହାସଲ କରି ସଫଳତା ହାସଲ କରିଛନ୍ତି ।

 

ଶ୍ରୀଜା ଓ ତାଙ୍କ ଆଈଙ୍କ ସାକ୍ଷାତକାର ଥିବା ଏକ ଭିଡିଓ ବରୁଣ ଗାନ୍ଧି ଟୁଇଟରରେ ସେୟାର କରିଛନ୍ତି ।

ଶ୍ରୀଜାଙ୍କ ସଫଳତାରେ ପ୍ରତିକ୍ରିୟା ରଖି ତାଙ୍କ ଆଈ କହିଛନ୍ତି ଯେ, ଝିଅର ମୃତ୍ୟୁପରେ ତାଙ୍କ ଜ୍ବାଇଁ ( ଶ୍ରୀଜାର ବାପା) ନିଜ ଛୋଟ ଝିଅକୁ ଛାଡ଼ି ଚାଲିଯାଇଥିଲା । ସେଦିନଠାରେ ସେ ଆଉ ଫେରି ନାହିଁ । ସେ ଆଉ ଏକ ବିବାହ କରିଥିବା ଶୁଣିବାକୁ ମିଳୁଛି । କିନ୍ତୁ ନିଜର ଝିଅର ଏହି ସଫଳତାରେ ସେ ବୋଧହୁଏ ଏବେ ନିଜର ନିଷ୍ପତ୍ତି ପାଇଁ ପସ୍ତଉଥିବ ।

ସମ୍ବନ୍ଧିତ ଖବର