ରାଜନୈତିକ ଚକ୍ରାନ୍ତ ଯୋଗୁଁ ନଷ୍ଟ ହୋଇଗଲା ଦେଶର ଏହି ଅସାଧାରଣ ବୈଜ୍ଞାନିକଙ୍କ ସାରାଜୀବନ

ନୂଆଦିଲ୍ଲୀ : କେବଳ ନିଜର ରାଜନୈତିକ ଓ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କଂଗ୍ରେସ ଓ ବାମପନ୍ଥୀମାନେ ଜାତୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଦେଲେ । ନବେଦଶକରେ କେରଳରେ ଶାସନ କରୁଥିବା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ସରକାର ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ନାମ୍ବି ନାରାୟଣନଙ୍କ ପରି ଜଣେ ବିଚକ୍ଷଣ ମହାକାଶ ବୈଜ୍ଞାନିକଙ୍କୁ ମିଥ୍ୟା ଆରୋପ ଲଗାଇ ଫସାଇଦେଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେରଳର ତ୍ରିସୁରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମୋଦି ଏହା କହିଛନ୍ତି । ସୂଚନାଯୋଗ୍ୟ ଯେ ୯୦ ଦଶକରେ ଇସ୍ରୋରେ କାର୍ଯ୍ୟ କରୁଥିବା ନାମ୍ବି କ୍ରାୟୋଜୋନିକ ଇଂଜିନ ଉପରେ କାର୍ଯ୍ୟ କରୁଥିଲେ । କିନ୍ତୁ ଆମେରିକା ଏହା ଚାହୁଁନଥିଲା ଯେ ଭାରତ ପାଖକୁ ଏହି ଟେକନଲୋଜୀ ଆସୁ । ଏଣୁ ଆମେରିକାର ସିଆଇଏ ଏକ ଚକ୍ରାନ୍ତ କରିଥିଲା। ଏଥିରେ ତାଙ୍କୁ ତତକାଳୀନ କେରଳ ସରକାର ସହଯୋଗ କରିଥିଲେ । ତାଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଫସାଇ ଜେଲରେ ଭର୍ତ୍ତି କରିଦିଆଯାଇଥିଲା । ଏକ ଲମ୍ବା ଆଇନଗତ ଲଢେଇ ଲଢିବା ପରେ ଗତ ବର୍ଷ ତାଙ୍କୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିବା ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏକ ଷଡ଼ଯନ୍ତ୍ରକାରୀ ସରକାର ଓ ଆଇନର ଲମ୍ବା ଲଢେଇ ମଧ୍ୟରେ ଏହି ବୈଜ୍ଞାନିକଙ୍କ ଦକ୍ଷତା ଦେଶର କାମରେ ଲାଗିପାରିଲା ନାହିଁ । ଚଳିତ ବର୍ଷ ଭାରତ ସରକାର ତାଙ୍କୁ ପଦ୍ମ ଭୁଷଣରେ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର