କିଭ୍: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବାପରେ ଦେଶର ବିଭିନ୍ନ ସହରରେ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ ହୋଇଯାଇଛି। କିବ୍ ସମେତ ଅନ୍ୟ ପ୍ରମୁଖ ସହରମାନଙ୍କରେ କ୍ଷେପଣାସ୍ତ୍ର ଆକ୍ରମଣ ଏବଂ ବିସ୍ଫୋରଣ ଜାରି ରହିଛି। ରୁଷ୍ ସାଧାରଣ ଜନବସତିକୁ ଟାର୍ଗେଟ୍ ନକରି କେବଳ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ୟୁକ୍ରେନ୍ ବାସିନ୍ଦାଙ୍କ ଜୀବନ ପ୍ରତି ସ୍ପଷ୍ଟ ବିପଦ ରହିଛି। ଅନେକ ୟୁକ୍ରେନ୍ ନାଗରିକ ମଧ୍ୟ ରୁଷ୍ ଆକ୍ରମଣରେ ପ୍ରାଣ ହରାଇ ସାରିଲେଣି। ତେଣୁ ଏଭଳି ଏକ ବିପଜ୍ଜନକ ସ୍ଥିତିରେ କିବ୍ର ଲୋକମାନେ ଘର ଛାଡ଼ି ଏବେ ସହରର ଭୂତଳ ମେଟ୍ରୋ ଷ୍ଟେସନ୍ରେ ଆଶ୍ରୟ ନେଇଛନ୍ତି। ଲକ୍ଷାଧିକ ଜନତା ସହର ଛାଡ଼ୁଥିବା ଦେଖିବାକୁ ମିଳିଛି। ପୂର୍ବ ୟୁରୋପୀୟ ରାଷ୍ଟ୍ରରେ କିବ୍ରେ ସବୁଠୁ ବଡ଼ ଭୂତଳ ନେଟୱର୍କ ଥିବାରୁ ତାହା ଲୋକଙ୍କ ପାଇଁ ସୁରକ୍ଷିତ ବଙ୍କର ଭାବେ କାମ କରିବ। ଲୋକଙ୍କୁ ଆଶ୍ରୟ ଦେବାପାଇଁ ସହରର ଏକ ଭୂତଳ ମେଟ୍ରୋ ଷ୍ଟେସନ୍ରେ ବ୍ୟାପକ ପ୍ରସ୍ତୁତି ହୋଇଛି। ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ ଅନେକ ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟ ବାବଦରେ ତାଲିମ ଦିଆଯାଇଛି।
ଜୀବନ ରକ୍ଷା ପାଇଁ ୟୁକ୍ରେନ୍ବାସୀଙ୍କ ସଂଘର୍ଷ: ଭୂତଳ ମେଟ୍ରୋ ଷ୍ଟେସନ୍ ଏବେ ଆଶ୍ରୟସ୍ଥଳ, ପ୍ରାଣ ବିକଳରେ ଲୋକେ ସହର ଛାଡ଼ୁଛନ୍ତି
/sambad/media/post_attachments/wp-content/uploads/2022/02/d564g4d65g465gdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)