ଭୂକମ୍ପରେ ଷ୍ଟୁଡିଓ ଥରିଥିଲା, କିନ୍ତୁ ପାକିସ୍ତାନୀ ନ୍ୟୁଜ୍‌ ଆଙ୍କର ଲାଇଭ୍‌ ବ୍ରଡକାଷ୍ଟ୍‌ ଜାରି ରଖିଥିଲେ

ନୂଆଦିଲ୍ଲୀ  : ଆଫଗାନିସ୍ତାନରେ ମଙ୍ଗଳବାର ହୋଇଥିବା ଭୂକମ୍ପର ତୀବ୍ରତା ରିଚର ସ୍କେଲ୍‌ରେ ୬.୬ ଥିଲା। ଭୂକମ୍ପର ଅନେକ ଭିଡିଓ ଟ୍ବିଟରରେ ସେୟାର କରାଯାଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ପାକିସ୍ତାନର ଜଣେ ଆଙ୍କର ଭୂକମ୍ପ ସମୟରେ ଲାଇଭ୍‌ ବ୍ରଡକାଷ୍ଟ କରୁଥିବା ସମୟରେ ଷ୍ଟୁଡିଓ ଜୋର ଦୋହଲିଥିଲା। କିନ୍ତୁ ଆଙ୍କର ଜଣଙ୍କ ଭୟ ନକରି ବ୍ରଡକାଷ୍ଟ୍‌ ଜାରି ରଖିଥିଲେ। ଇଣ୍ଟରନେଟ୍‌ରେ ଏବେ ଏହାର ଭିଡିଓ ଭାଇରାଲ୍‌ ହୋଇଛି। ମସରିକ୍‌ ଟିଭି ଆଙ୍କର୍‌ ଷ୍ଟୁଡିଓରେ ଥିବାବେଳେ କ୍ୟାମେରା ସହ ପୂରା ଷ୍ଟୁଡିଓ ଦୋହଲିଥିଲା କିନ୍ତୁ ସେ ଲାଇଭ୍‌ ଟେଲିକାଷ୍ଟ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର