ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକ ଯେଉଁମାନେ କି ନିଜ ରାଜ୍ୟ ତଥା ଘରକୁ ଫେରିବାକୁ ଚାହିଛନ୍ତି ସେମାନଙ୍କୁ ଫେରାଇ ଆଣିବା ଦିଗରେ ସରକାର କି ପଦକ୍ଷେଦ ଗ୍ରହଣ କରିଛନ୍ତି ତାହା ସପ୍ତାହକ ମଧ୍ୟରେ ଜଣାଇବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏନ୍ ଭି ରମଣାଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲା ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣି କରି କେନ୍ଦ୍ରଠାରୁ ଜବାବ ମାଗିଛନ୍ତି। ଆଇନଜୀବୀ ପ୍ରଶାନ୍ତ ଭୁଷଣ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ୯୦ ପ୍ରତିଶତରୁ ଅଧିକ ପ୍ରବାସୀ ଶ୍ରମିକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ସେମାନଙ୍କ ପାଖରେ ରାସନ୍ ନାହିଁ କି ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ତେବେ ସଲିସିଟର ଜେନେରାଲ ତୁଷାର ମେହଟା ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଶ୍ରମିକ ପ୍ରସଙ୍ଗର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ କରୁଛନ୍ତି। ଅନ୍ୟପକ୍ଷେ ଜଗଦୀପ ଚୋକରଙ୍କ ଦ୍ବାରା ହୋଇଥିବା ଏକ ପିଆଇଏଲ୍ରେ ଏହା ଦର୍ଶାଯାଇଛି ଯେ, ଯେଉଁ ଶ୍ରମିକମାନେ କରୋନା ଭାଇରସ୍ ସଂକ୍ରମିତ ହୋଇନଥିବେ ତଥା ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଥିବ ସେମାନଙ୍କୁ ଆଶ୍ରୟ ସ୍ଥଳରେ ନରଖି ଘରକୁ ପଠାଇବାର ଅନୁମତି ମିଳୁ।
ପ୍ରବାସୀ ଶ୍ରମିକ ଘରକୁ ଫେରିବା ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2020/01/supreme_court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)