ସୁପ୍ରିମ୍‌ କୋର୍ଟ କମିଟି ଚାଷୀ ସଂଗଠନ ସହ ଆଲୋଚନା କଲେ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ଗଠିତ କମିଟି ଆଜି ବିଭିନ୍ନ ରାଜ୍ୟର କୃଷକ ସଂଗଠନ ସହ ଆଲୋଚନା କରିଛନ୍ତି। କମିଟି ୮ଟି ସଂଗଠନ ସହ ଆଲୋଚନା କରିଥିବା ବେଳେ କେତେକ ସଂଗଠନ କୃଷି ଆଇନକୁ ସମର୍ଥନ କରିଛନ୍ତି ଓ ଅନ୍ୟ କେତେକ ବିରୋଧ କରିଛନ୍ତି। ଏ ବାବଦରେ ପରବର୍ତ୍ତୀ ବୈଠକ ଜାନୁଆରି ୨୭ ତାରିଖ ଦିନ ଅନୁଷ୍ଠିତ ହେବ। ଚାଷୀ ଆନ୍ଦୋଳନକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ପାଇଁ କମିଟି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବେ ଏବଂ ଦୁଇ ମାସ ମଧ୍ୟରେ ସୁପ୍ରିମ୍‌ କୋର୍ଟଙ୍କୁ ରିପୋର୍ଟ ଦେବେ। ଗତକାଲି ଏକ ଶୁଣାଣିରେ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ କମିଟି ବିବାଦର ସମାଧାନ କରିବା ପାଇଁ ଗଠନ କରାଯାଇଛି ଏବଂ କମିଟିର ପ୍ରସ୍ତାବ ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ। ନୂଆ କୃଷି ଆଇନକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ଘଟାଇବା ପାଇଁ କମିଟି ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷ ମଧ୍ୟ ଶୁଣିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର