ଘରୋଇ ହସ୍ପିଟାଲ୍‌ଙ୍କ କୋଭିଡ-୧୯ ଚିକିତ୍ସା ନେଇ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କାହିଁକି ଘରୋଇ ହସ୍ପିଟାଲମାନେ ମାଗଣାରେ କିମ୍ବା ସର୍ବନିମ୍ନ ଲାଭାଂଶରେ କୋଭିଡ୍‌-୧୯ ଚିକିତ୍ସା ଯୋଗାଇ ଦେବେ ନାହିଁ ବୋଲି ପ୍ରଶ୍ନ କରି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଦୁଇ ସପ୍ତାହରେ ଏହାର ଉତ୍ତର ରଖିବାକୁ ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା‌‌ଯୋଗ୍ୟ, ସରକାର ଆୟୁଷ୍ମାନ ଭାରତ ଯୋଜନାରେ ଯେଉଁଭଳି ମାଗଣାରେ ଚିକିତ୍ସା ସୁବିଧା ଯୋଗେଇ ଦେଉଛନ୍ତି ଅନୁରୂପ ଭାବେ ଘରୋଇ ହସ୍ପିଟାଲ୍‌ମାନେ କାହିଁକି ମାଗଣାରେ କିମ୍ବା ସର୍ବନିମ୍ନ ଲାଭାଂଶରେ କୋଭିଡ-୧୯ ଚିକିତ୍ସା ସୁବିଧା ଯୋଗାଇ ପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଘରୋଇ ହସ୍ପିଟାଲମାନଙ୍କ କୋଭିଡ-୧୯ ଚିକିତ୍ସା ନେଇ ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରହୁ ବୋଲି ଆଇନଜୀବୀ ସଚ୍ଚିନ ଜୈନ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

ସମ୍ବନ୍ଧିତ ଖବର