ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ ସୀମାରେ ଧାରଣାରେ ବସି ଆନ୍ଦୋଳନ ଚଳାଇଥିବା ପରିପ୍ରେକ୍ଷୀରେ ଏହି ଆଇନକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଆଗତ ମାମଲାଗୁଡ଼ିକର ଶୁଣାଣି ଆଗାମୀ ୧୧ ତାରିଖରେ ହେବ ବୋଲି ଜଣାଯାଇଛି। ଚାଷୀମାନଙ୍କ ସହ ସରକାରଙ୍କର ସୁସ୍ଥ ଆଲୋଚନା ଜାରି ରହିଛି ବୋଲି ଅଦାଲତଙ୍କୁ କେନ୍ଦ୍ର ସରକାର ଜଣାଇଥିଲେ ହେଁ ଚାଷୀ ଆନ୍ଦୋଳନର କିଛି ଉନ୍ନତି ପରିଲକ୍ଷିତ ହୋଇନଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଅନୁଭବ କରୁଛନ୍ତି। ତେବେ ନିକଟ ଭବିଷ୍ୟତରେ ଉଭୟ ପକ୍ଷ ଏକ ସହମତିରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଜଣାଇଛନ୍ତି। ସେହିପରି ଆଲୋଚନା ଜାରି ରହିଥିବାରୁ ଆଗତ ମାମଲାଗୁଡ଼ିକର ଶୁଣାଣି ୮ ତାରିଖରେ ନ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହଟା ମାନ୍ୟବର ଅଦାଲତଙ୍କୁ ନିବେଦନ କରିଥିଲେ। ଏଥିରେ ଅଦାଲତ ସନ୍ତୋଷ ପ୍ରକଟ କରି ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ଭିତରେ ଏଭଳି ଆଲୋଚନାକୁ ପ୍ରୋତ୍ସାହିତ କରନ୍ତି ବୋଲି କହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ପୂର୍ବ ପରି ଗମ୍ଭୀର ରହିଛି ଏବଂ ଆଲୋଚନା ମାଧ୍ୟମରେ ଏଭଳି ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ୧୧ ତାରିଖ ପୂର୍ବରୁ ଜାରି ରହିଥିବା ଆଲୋଚନାର ନିଷ୍କର୍ଷ ଅବଗତ କରାଇବାକୁ ଖଣ୍ଡପୀଠ କହିଛନ୍ତି।
ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ, କୃଷି ଆଇନ ବିରୋଧରେ ଆଗତ ମାମଲାଗୁଡ଼ିକର ଶୁଣାଣି ୧୧ରେ
ଆନ୍ଦୋଳନ ଜାରି ସତ୍ତ୍ବେ ପରିସ୍ଥିତିରେ କୌଣସି ଉନ୍ନତି ଘଟିନି: ପ୍ରଧାନ ବିଚାରପତି
/sambad/media/post_attachments/wp-content/uploads/2020/09/supreme-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)