ନୂଆଦିଲ୍ଲୀ: ତାଜମହଲ ନିର୍ମାଣ ସହ ଜଡିତ ଭୁଲ ଐତିହାସିକ ତଥ୍ୟକୁ ଇତିହାସ ପୁସ୍ତକରୁ ହଟାଇବା ଏବଂ ସ୍ମାରକର ପ୍ରକୃତ ବୟସ ଖୋଜିବା ପାଇଁ ସୁପ୍ରିମକୋର୍ଟ ଆଜି ମକଦ୍ଦମା ଦାୟର କରିବାକୁ ମନା କରି ଦେଇଛନ୍ତି। ଜଷ୍ଟିସ୍ ଏମ୍ ଆର ଶାହା ଏବଂ ସି ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ନିକଟକୁ ଯାଇ ପ୍ରତିନିଧିତ୍ବ କରିବାକୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଇତିହାସ ଖୋଲିବା ପାଇଁ ଆମେ ଏଠାରେ ବସି ନାହୁଁ। ଇତିହାସ ଜାରି ରହୁ। ଲିଖିତ ଆବେଦନ ପ୍ରତ୍ୟାହାର କରିଦିଆଯାଇଛି।
ଏଏସ୍ଆଇକୁ ପ୍ରତିନିଧିତ୍ୱ କରିବାକୁ ଆବେଦନକାରୀଙ୍କୁ ସ୍ୱାଧୀନତା ଦିଆଯାଇଛି। ଆମେ ଏଥିରେ କୌଣସି ମତ ଦେଇ ନାହୁଁ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ଇତିହାସ ପୁସ୍ତକ ଏବଂ ପାଠ୍ୟପୁସ୍ତକରୁ ତାଜମହଲ ନିର୍ମାଣ ସହ ଜଡିତ ଭୁଲ୍ ଐତିହାସିକ ତଥ୍ୟ ହଟାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ମାଗି ସୁରଜିତ ସିଂ ଯାଦବଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଥିଲେ। ତାଜମହଲ କେତେବର୍ଷ ହେଲା ନିର୍ମାଣ ହୋଇଛି ତାର ତଦନ୍ତ କରିବା ପାଇଁ ଏଏସଆଇକୁ ମଧ୍ୟ ନିବେଦନ କରାଯାଇଥିଲା।