ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଆଜି ସୁପ୍ରିମକୋର୍ଟରେ ଶକ୍ତ ଝଟ୍କା ଲାଗିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ଶିବକୁମାରଙ୍କ ବିରୋଧରେ ଏକ ଏତଲା ରୁଜୁ କରିଥିଲା। ଏହାକୁ ବିରୋଧ କରି ଶିବକୁମାର ସୁପ୍ରିମକୋର୍ଟ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଶିବକୁମାରଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିନାହାନ୍ତି। ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏବଂ ଏସସି ଶର୍ମାଙ୍କ ଖଣ୍ଡପୀଠ ଆଜି ସିବିଆଇ ଏତଲା ବିରୋଧରେ ଶିବକୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ କହିଛନ୍ତି ଯେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବେନି। ଉଲ୍ଳେଖଯୋଗ୍ୟ , ୨୦୨୦ ସେପ୍ଟେମ୍ବରରେ ସିବିଆଇ ଶିବକୁମାରଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ପୂର୍ବ କଂଗ୍ରେସ ସରକାର ସମୟରେ ଶିବକୁମାରଙ୍କ ଆୟଠାରୁ ମାତ୍ରାଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ଶିବକୁମାରଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ୨୦୨୩ ଅକ୍ଟୋବରରେ ଶିବକୁମାରଙ୍କର ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଶିବକୁମାରଙ୍କ ବିରୋଧରେ ସିବିଆଇ ମାମଲା ରଦ୍ଦ ପାଇଁ ମନାକଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2023/02/supreme-court-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)