କେମିତି ରାୟ ଲେଖାଯାଏ ତା’ ଉପରେ ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କେମିତି ଜଜ୍‌ମେଣ୍ଟ ଲେଖାଯାଏ ତା’ ଉପରେ ସୁପ୍ରିମ୍‌କୋର୍ଟ ଆଜି ଏକ ରାୟ ମାଧ୍ୟମରେ ମାର୍ଗଦର୍ଶିକା ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଜଟିଳ ଭାଷା ବ୍ୟବହାର କରି ପାଠକଙ୍କୁ ଦ୍ବନ୍ଦ୍ବରେ ପକାଇବା ଉଚିତ ନୁହେଁ। ଜୁଡ଼ିସିଆଲ ରାଇଟିଂ ଉପରେ ମାର୍ଗଦର୍ଶିକା ଜାରି କରି ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ବେଞ୍ଚ କହିଲେ ଯେ ରାୟ ଲେଖିବା ଏକ ଜଟିଳ କାର୍ଯ୍ୟ। କିନ୍ତୁ ଭାଷା ଜଟିଳ ହେବା ଉଚିତ ନୁହେଁ। ଉପରେ ଗୋଟିଏ ହେଡିଂ (ଶୀର୍ଷକ) ରହିବ ଓ କେତେକ ସବ୍‌ହେଡିଂ ରହିବ। ପାରାଗ୍ରାଫ୍‌ଗୁଡ଼ିକର ସଂଖ୍ୟା ଲେଖା ହେବ ଏବଂ ଜଜ୍‌ମେଣ୍ଟ ଅତି ଲମ୍ବା ହୋଇଥିଲେ ଗୋଟିଏ ସୂଚୀପତ୍ର ବି ରହିବ। ଏଥିରେ ପ୍ରସଙ୍ଗ, ରୁଲ୍‌, ଆବେଦନ ଓ ସିଦ୍ଧାନ୍ତ ଉଲ୍ଲେଖ ରହିବ। ରାୟ ଏପରି ହେବା ଦରକାର ଯେମିତି ସାଧାରଣ ଲୋକ ପଢ଼ି ସ୍ପଷ୍ଟଭାବେ ବୁଝିପାରୁଥିବେ।

ସମ୍ବନ୍ଧିତ ଖବର