ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ କୌଣସି ପ୍ରକାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ତେବେ  କୋର୍ଟଙ୍କର ଏହି ରାୟ ରାସ୍ତା, ଫୁଟପାଥ୍‌, ରେଳଧାରଣା ଉପରେ କୌଣସି ପ୍ରକାର ବେଆଇନ ଜବରଦଖଲ କ୍ଷେତ୍ରରେ ଲାଗୁ ହେବନି।  ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ  ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଯାଇଛି ।  ସୁପ୍ରିମକୋର୍ଟରେ   ଜଷ୍ଟିସ୍‌ ବି ଆର୍‌ ଗୱାଇ ଏବଂ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଆଜି କହିଛନ୍ତି, ଦେଶରେ ବୁଲଡୋଜର ନ୍ୟାୟର ମହିମାମଣ୍ଡିତ କରାଯାଇପାରିବ ନାହିଁ। କୋର୍ଟଙ୍କ ବିନା ଅନୁମତିରେ କୌଣସି ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପତ୍ତି ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବନାହିଁ। 

Advertisment

ଉଲ୍ଲେଖଯୋଗ୍ୟ,  ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସୁପ୍ରିମକୋର୍ଟରେ  ଦାଖଲ ହୋଇଥିବା ଏକାଧିକ ପିଟିସନ୍‌ ଉପରେ ଶୁଣାଣି କରି କୋର୍ଟ ଆଜି ଏହି ଟିପ୍ପଣୀ ଦେଇଛନ୍ତି। କୋର୍ଟ ମଧ୍ୟ ପୂର୍ବରୁ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ। ବିନା ଅନୁମତିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଚେତାବନୀ ଦେଇ କୋର୍ଟ କହିଛନ୍ତି,  ପରବର୍ତ୍ତୀ ନୋଟିସ୍‌ ହେବା ପର୍ଯ୍ୟନ୍ତ କୌଣସି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବନି। ଏହି ମାମଲାରେ ନିର୍ବାଚନ କମିସନଙ୍କୁ ବି ନୋଟିସ୍‌ କରାଯାଇପାରେ।  ଉଲ୍ଲେଖଯୋଗ୍ୟ,  ଆଗକୁ ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ ଏହି ସମୟରେ ସୁପ୍ରିମକୋର୍ଟଙ୍କର  ଏହି ରାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।