ନୂଆଦିଲ୍ଲୀ: କୋଭିଡ୍‌-୧୯ ସଙ୍କଟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟର ଓକିଲଙ୍କ ନିମନ୍ତେ ଗତକାଲି ନୂଆ ଡ୍ରେସ୍‌କୋଡ୍‌ ସର୍କୁଲାର ଜାରି ହୋଇଛି। ଓକିଲମାନେ ଗାଉନ୍‌ ଏବଂ କୋଟ୍‌ ବଦଳରେ ସାଧା ଧଳା ସାର୍ଟ, ସାଲୱାର କମିଜ୍‌ , ଶାଢ଼ି ସହିତ ପ୍ଲେନ୍‌ ହ୍ବାଇଟ୍‌ ନେକ୍‌ବ୍ୟ‌ାଣ୍ଡ୍‌ ପିନ୍ଧିପାରିବେ। ଭିଡିସ କନଫରେନ୍ସିଂ ଶୁଣାଣି ବେଳେ ଓକିଲମାନେ ଏଭଳି ପୋଷାକ ପରିଧାନ କରିପାରିବେ ବୋଲି ସୁପ୍ରିମକୋର୍ଟର ମହାସଚିବ ସଂଜୀବ ଏସ୍‌ କଲ୍‌ଗାଓଁକର ସର୍କୁଲାର ଜାରି କରିଛନ୍ତି। କରୋନା ଭାଇରସ୍‌ ଗାଉନ୍‌ ଏବଂ କୋର୍ଟରେ ସହଜରେ ରହି ଯାଉଥିବା ଏବଂ ଏହାକୁ ପ୍ରତିଦିନ ସଫା କରି ପିନ୍ଧିବା କଷ୍ଟକର ଥିବାରୁ ଡ୍ରେସ୍‌କୋଡ୍‌ରେ ପରିବର୍ତ୍ତନ ଅଣାଯାଇଛି। ବିଚାରପତିଙ୍କ କ୍ଷେତ୍ରରେ ମଧ୍ୟ ଡ୍ରେସ୍‌କୋଡ୍‌ କାର୍ଯ୍ୟକାରୀ ହୋଇଥିବା ଜଣାପଡ଼ିଛି। ବୁଧବାର ଦିନ ବିଚାରପତିମାନେ ଧଳାସାର୍ଟ ପିନ୍ଧି କୋର୍ଟରୁମ୍‌ରେ ବସିଥିବା ଦେଖିବାକୁ ମିଳିଥିଲା।