ଜାରି ରହିଲା ୨୫ ଜୁଲାଇର ଶପଥଗ୍ରହଣ ଧାରା

ନୂଆଦିଲ୍ଲୀ: ୧୯୭୭ ମସିହା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ନୀଲମ ସଞ୍ଜୀବ ରେଡ୍ଡି। ଏହାପରଠାରୁ ସମସ୍ତ ରାଷ୍ଟ୍ରପତି ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବାରୁ ଓ ଠିକଣା ସମୟରେ ରାଷ୍ଟ୍ରପତି ନିର୍ବାଚନ ହେଉଥିବାରୁ ୨୫ ଜୁଲାଇରେ ଶପଥ ଗ୍ରହଣ ଧାରା ଜାରି ରହିଛି। ଦ୍ରୌପଦୀ ମୁର୍ମୁ ବି ୨୫ ଜୁଲାଇରେ ରାଷ୍ଟ୍ରପତି ଭାବେ ଶପଥ ନେବାର ପରମ୍ପରାକୁ ଅକ୍ଷୁଣ୍ଣ ରଖିବେ।

ଏହା ପୂର୍ବରୁ କେବଳ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଡ.ଜାକୀର ହୁସେନ ଏକା ତାରିଖ (ମେ’ ୧୩)ରେ ଶପଥ ନେଇଥିଲେ। ତେବେ ଜାକୀର ହୁସେନ ପଦରେ ଥିବା ବେଳେ ମୃତ୍ୟୁବରଣ କରିବାରୁ ନିର୍ଦ୍ଦିଷ୍ଟ ତାରିଖରେ ଶପଥଗ୍ରହଣ କରିବାର ଧାରା ଭାଙ୍ଗିଥିଲା।

ସମ୍ବନ୍ଧିତ ଖବର