୧୨ ବର୍ଷରୁ ଊର୍ଦ୍ଧ୍ବ ତରୁଣୀଙ୍କୁ ଯୌନଦାସୀ କରିବା ପାଇଁ ତାଲିବାନ ଘର ଘର ବୁଲୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଏବେ ଘରକୁ ଘର ବୁଲି ୧୨ ବର୍ଷରୁ ଊର୍ଦ୍ଧ୍ବ ଝିଅମାନଙ୍କୁ ଧରିନେଇ ଜବରଦସ୍ତ ବିବାହ କରୁଛନ୍ତି ଏବଂ ସେମାନଙ୍କୁ ଯୌନଦାସୀ କରି ରଖୁଛନ୍ତି। ଏକ ରିପୋର୍ଟ ଅନୁସାରେ, ତାଲିବାନ କମାଣ୍ଡରମାନେ କେତେକ ପ୍ର‌ାଦେଶିକ ରାଜଧାନୀ ଦଖଲ କରିବା ପରେ ସ୍ଥାନୀୟ ଇମାମମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୧୨ରୁ ୪୫ ବର୍ଷ ବୟସ୍କ ଅବିବାହିତାମାନଙ୍କ ତାଲିକା ଦେବା ପାଇଁ। ତାଙ୍କ ସୈନିକମାନେ ଏମାନଙ୍କୁ ବିବାହ କରିବେ କାରଣ ସେମାନେ ଏମାନଙ୍କୁ ଖାନିମତ ବା ଯୁଦ୍ଧରେ ଜିତାଯାଇଥିବା ମନେ କରନ୍ତି।

ତାଲିବାନ ଏହି ଝିଅମାନଙ୍କୁ ନିଜ ନିଜ ଭିତରେ ବାଣ୍ଟିବେ ଏବଂ ସେମାନଙ୍କୁ ପୁରସ୍କାର ରୂପେ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତାଲିବାନ କମାଣ୍ଡରମାନଙ୍କ ଆଦେଶାନୁସାରେ ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କ ‘ପୁରସ୍କାର’ ଦାବି କରୁଛନ୍ତି। ଜିହାଦିମାନେ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କ ଆଲଣା ଦେଖୁଛନ୍ତି। ସେଥିରୁ ସେମାନେ ସେ ଘରେ ଥିବା ଝିଅମାନଙ୍କ ବୟସ ଆକଳନ କରିନେଉଛନ୍ତି। ତା’ପରେ ସେ ଝିଅମାନଙ୍କୁ କେଉଁଠି ଲୁଚାଇ ରଖିଥିଲେ ବି ଘୋଷାରି ଘୋଷାରି ନେଇ ଯୌନଦାସୀ କରୁଛନ୍ତି। ତାଲିବାନର ଏଭଳି ବର୍ବରତା ପାଇଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର