ଷ୍ଟୁଡିଓରେ ପଶି ନ୍ୟୁଜ୍‌ ଆଙ୍କର୍‌ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ତାଲିବାନୀ: ପ୍ରଶଂସା ଗାନ କରିବାକୁ ବାଧ୍ୟ କଲେ

କାବୁଲ: କାବୁଲର ଏକ ଟିଭି ଷ୍ଟୁଡିଓରେ ଜଣେ ନ୍ୟୁଜ୍ ଆଙ୍କରଙ୍କ ପଛରେ ସଶସ୍ତ୍ର ତାଲିବାନୀ ଛିଡ଼ା ହୋଇ ତାଙ୍କୁ ପ୍ରଶଂସା ଗାନ ପାଇଁ ବାଧ୍ୟ କରୁଥିବା ଭିଡିଓ ଭାଇରାଲ ହୋଇଛି। ତାଲିବାନ ଶାସନରେ ଗଣମାଧ୍ୟମର ସ୍ଥିତି କେତେ ଦୟନୀୟ ତାହା ଏବେ ପ୍ରମାଣିତ ହୋଇଯାଇଛି। ଅଗଷ୍ଟ ୧୫ ତାରିଖରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ଲଗାତାର ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଉଛି । କିଛି ଦିନ ପୂର୍ବରୁ ଟୋଲୋ ନ୍ୟୁଜ୍ ସହିତ କାମ କରୁଥିବା ଜଣେ ଆଫଗାନିସ୍ତାନ ସାମ୍ବାଦିକ ଏବଂ ଜଣେ କ୍ୟାମେରାମ୍ୟାନ ସହରରେ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲା। ସେହିପରି ପୂର୍ବରୁ ତାଲିବାନ ରାଜଧାନୀ କାବୁଲ ଏବଂ ନଙ୍ଗରହାର ପ୍ରଦେଶର ଜାଲାଲାବାଦରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲା। କିଛି ଦିନ ତଳେ ତାଲିବାନ ଜଣେ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ହତ୍ୟା କରିଛି। ତାଲିବାନ ଭୟରେ ସାମ୍ବାଦିକମାନେ ଏବେ ଦେଶ ଛାଡ଼ୁଛନ୍ତି।

ସମ୍ବନ୍ଧିତ ଖବର