ଅସଂପୂର୍ଣ୍ଣ ପ୍ରକଳ୍ପ ସାରିବାକୁ ଭାରତକୁ କହିଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତ ସରକାର ବିଭିନ୍ନ ପ୍ରକଳ୍ପରେ ପ୍ରାୟ ୩ ଶହ କୋଟି ଡଲାର ବିନିଯୋଗ କରିଛି ଏବଂ ଅନେକ ପ୍ରକଳ୍ପ ଏବେ ବି ନିର୍ମାଣାଧୀନ ରହିଛି। ତାଲିବାନ ଦେଶର କ୍ଷମତା ଦଖଲ କରିବା ପରେ ଏବେ ଏହି ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାମ ସାରିବା ପାଇଁ ଭାରତକୁ କହିଛି। ତାଲିବାନ ପ୍ରବକ୍ତା ସୁହେଲ ସାହିନ୍‌ ଏକ ପାକିସ୍ତାନୀ ଚ୍ୟାନେଲ୍‌କୁ କହିଛନ୍ତି, ଭାରତ ସରକାର ଆଫଗାନବାସୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏହାକୁ ଯଦି ଶେଷ କରିବାକୁ ଚାହିବେ ତା’ହେଲେ ଆମର କୌଣସି ଆପତ୍ତି ନାହିଁ। ଆମେ ଆଫଗାନିସ୍ତାନକୁ କୌଣସି ଦେଶ ବିରୋଧରେ ବ୍ୟବହାର ହେବାକୁ ଦେବୁନାହିଁ। ଗତ ସପ୍ତାହରେ ଭାରତର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଥିଲେ ଯେ ଭାରତ ଆଫଗାନିସ୍ତାନରେ ଯେଉଁ ନିର୍ମାଣ କାର୍ଯ୍ୟ କରିଛି ତାହାର ସୁରକ୍ଷା ଦାୟିତ୍ବ ଆଫଗାନ୍‌ବାସୀଙ୍କର।

ସମ୍ବନ୍ଧିତ ଖବର