ପଞ୍ଜଶୀରକୁ ବିନା ଲଢ଼େଇରେ ଦଖଲ ପାଇଁ ତାଲିବାନର ପ୍ରସ୍ତୁତି

କାବୁଲ: ୪୦ ସଦସ୍ୟ ବିଶିଷ୍ଟ ଏକ ତାଲିବାନ ପ୍ରତିନିଧି ଦଳ ଆଜି ପଞ୍ଜଶୀରରେ ବିଦ୍ରୋହୀ ବାହିନୀକୁ ଭେଟିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ଆଲୋଚନା ହୋଇଥିଲେ ମଧ୍ୟ କ’ଣ ନିଷ୍କର୍ସ ବାହାରିଛି ତାହା ସ୍ପଷ୍ଟ ହୋଇନାହିଁ। ତାଲିବାନ ବିରୋଧୀ ଗୋଷ୍ଠୀ ପଞ୍ଜଶୀରକୁ ଏବେ ବି ନିଜ ଦଖଲରେ ରଖିଛନ୍ତି ଏବଂ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ତାଲିବାନ ପଞ୍ଜଶୀରକୁ ନେଇ କେତେକ ନୂଆ କଟକଣା ଜାରି କରିବ ଏବଂ ଉକ୍ତ ଅଂଚଳକୁ ବିନା ଲଢ଼େଇରେ ଦଖଲ କରିନେବ ବୋଲି ଜଣେ ତାଲିବାନୀ ପ୍ରବକ୍ତା କହିଛନ୍ତି। ବିଦ୍ରୋହୀ ଗୋଷ୍ଠୀର ନେତାମାନେ ବାସ୍ତବତାକୁ ବୁଝିବା ଉଚିତ ବୋଲି ସେ କହିଛନ୍ତି। ନିଜକୁ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସଲେହ ବିଦ୍ରୋହୀ ଗୋଷ୍ଠୀ ସହ ହାତ ମିଳାଇଛନ୍ତି। ସେ କହିଛନ୍ତି, ତାଲିବାନଙ୍କ ସହ କେବଳ ଯୁକ୍ତିଯୁକ୍ତ କଥାବାର୍ତ୍ତା ହିଁ ଗ୍ରହଣୀୟ ହେବ।

ସମ୍ବନ୍ଧିତ ଖବର