କାଶ୍ମୀର ପ୍ରସଙ୍ଗରେ ପ୍ରଥମ ଟିପ୍ପଣୀ ରଖିଲା ତାଲିବାନ: ଭାରତ-ପାକିସ୍ତାନ ଏକାଠି ବସି କଥାବର୍ତ୍ତା କରନ୍ତୁ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତାଲିବାନ ଆଜି ପ୍ରଥମ ଟିପ୍ପଣୀ ରଖିଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଭାରତ ଏବଂ ପାକିସ୍ତାନ ସେମାନଙ୍କ ଜଟିଳ ସମସ୍ୟା ସବୁ ସମାଧାନ ପାଇଁ ଏକାଠି ବସି କଥାବାର୍ତ୍ତା ‌ହେବା ଉଚିତ। ପାକିସ୍ତାନ ଟିଭି ଚ୍ୟାନେଲ୍‌ ଏଆର୍‌ୱାଇ ନ୍ୟୁଜ୍‌ ଚ୍ୟ‌ାନେଲରେ ସାକ୍ଷାତକାର ଦେଇ ମୁଜାହିଦ୍ଦ ଆଜି ଏହି ଟିପ୍ପଣୀ ରଖିଛନ୍ତି। ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଜବିଉଲ୍ଲା କହିଛନ୍ତି, ଭାରତ ବିବାଦୀୟ ଅଞ୍ଚଳ ପ୍ରତି ଏକ ସକରାତ୍ମକ ଭାବନା ରଖିବା ଉଚିତ। ଭାରତ ସହ ସମ୍ପର୍କ ସଂକ୍ରାନ୍ତରେ ମୁଜାହିଦ କହିଛନ୍ତି, ତାଲିବାନ ଭାରତ ସମେତ ସବୁ ରାଷ୍ଟ୍ର ସହ ଉତ୍ତମ ସମ୍ପର୍କ ଚାହେ। ତେବେ ଭାରତ ଆଫଗାନ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାର ନୀତିରେ କିଛି ପରିବର୍ତ୍ତନ ଆଣୁ ବୋଲି ଆମେ ଚାହୁ । ମୁଜାହିଦ କହିଛନ୍ତି, ଉଭୟ ଭାରତ ଏବଂ ପାକିସ୍ତାନ ସେମାନଙ୍କ ଜଟିଳ ସମସ୍ୟା ସବୁକୁ ଏକାଠି ବସି ସମାଧାନ କରିବା ଉଚିତ। ତେବେ ତାଲିବାନ ଆଫଗାନ୍‌ ମାଟିକୁ ଅନ୍ୟ କୌଣସି ଦେଶ ବିରୋଧରେ ବ୍ୟବହାର କରିବ ନାହିଁ ବୋଲି ସେ ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର