ଦୂତାବାସ କର୍ମଚାରୀଙ୍କୁ ଛାଡ଼ିବା ପାଇଁ ତାଲିବାନର କୋହଳ ନୀତି

ଭାରତୀୟଙ୍କୁ ସୁରକ୍ଷା ଦେଇ ବିମାନ ବନ୍ଦରରେ ପହଞ୍ଚାଇଥିଲା

ନୂଆଦିଲ୍ଲୀ: କାବୁଲକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବାପରେ ସେଠାରୁ ଭାରତୀୟ ଦୂତାବାସ କର୍ମଚାରୀ ସୁରୁଖୁରୁରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ଏତେ ସହଜ ନଥିଲା। ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ଯେଉଁ ୧୫୦ ଜଣ ଦୂତାବାସରେ ଥିଲେ ସେମାନଙ୍କୁ ସ୍ବାଭାବିକ ଭାବେ ବିମାନ ବନ୍ଦରରେ ପହଞ୍ଚିବା ପାଇଁ ତାଲିବାନ ପ୍ରଥମେ ଅନୁମତି ଦେଇନଥିଲା। ପରେ ‌ତାଲିବାନ କମାଣ୍ଡରଙ୍କ ସହ ଆଲୋଚନା ପରେ ସେମାନେ ଭାରତୀୟଙ୍କୁ ସୁରକ୍ଷିତ ଫେରାଇବା ପାଇଁ ରାଜି ହୋଇଥିଲେ ଏବଂ ୧୨ଟି ଗାଡ଼ିରେ ସମସ୍ତଙ୍କୁ ସୁରକ୍ଷା ବଳୟରେ ତାଲିବାନ ହିଁ ବିମାନ ବନ୍ଦରରେ ପହଞ୍ଚାଇଥିଲା।

କାବୁଲରେ ଭାରତୀୟ ଦୂତାବାସ ବାହାରେ ଏକେ-୪୭ ଏବଂ ରକେଟ୍‌ ଲଞ୍ଚର୍‌ ସହିତ ତାଲିବାନ ଯୋଦ୍ଧାମାନେ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଥମେ ଦୂତାବାସ ବାହାରକୁ ବାହାରିବା ପାଇଁ କାହାକୁ ଅନୁମତି ଦେଇନଥିଲେ। ପରେ ତାଲିବାନ କମାଣ୍ଡର୍‌ଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟରାତ୍ରୀରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ତାଲିବାନ ବିମାନ ବନ୍ଦରରେ ପହଞ୍ଚାଇବାକୁ ରାଜି ହୋଇଥିଲା। କୌଣସି ରାଷ୍ଟ୍ରର ବି ଦୂତାବାସ କର୍ମଚାରୀଙ୍କୁ କ୍ଷତି ପହଞ୍ଚାଇବୁ ନାହିଁ ବୋଲି ତାଲିବାନ ଶୀର୍ଷ କମାଣ୍ଡର ଘୋଷଣା କରିବା ପରେ ୩୦ରୁ ଅଧିକ ରାଷ୍ଟ୍ରର ଦୂତାବାସ କର୍ମଚାରୀ ଆଶ୍ବସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର