କାବୁଲ ବିମାନବନ୍ଦରକୁ ତାଲିବାନର ଦଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରର କିଛି ଅଂଶକୁ ତାଲିବାନ ବାହିନୀ ଆଜି ନିଜ ଆକ୍ତିଆରକୁ ନେଇଯାଇଛି। ଅଗଷ୍ଟ ୩୧ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାପାଇଁ ତାଲିବାନ ସମୟ ଦେଇଥିବା ବେଳେ ଏହା ପୂର୍ବରୁ ସେମାନେ ବିମାନବନ୍ଦରର କିଛି ଅଂଶ ଅକ୍ତିଆର କରି ଆମେରିକା ଓ ନାଟୋ ସେନାକୁ କଡ଼ା ବାର୍ତ୍ତା ଦେଇଛି। ତାଲିବାନ ମୁଖପାତ୍ର ବିଲାଲ୍‌ କାରିମି ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, କାବୁଲ ବିମାନବନ୍ଦରର ୩ଟି ଗୁରୁତ୍ବପୂର୍ଣ୍ଣ ସାମରିକ ଅଂଚଳରୁ ଆମେରିକୀୟଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଶେଷ ହେବାପ‌ରେ ଏହା ତାଲିବାନ ଦଖଲ କରିନେଇଛି । ବିମାନବନ୍ଦର‌ର ମାତ୍ର ଅଳ୍ପ କିଛି ଅଂଚଳର ଆମେରିକା ପାଖରେ ଅଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଏବଂ ଏହାର ସମସ୍ତ ସହଯୋଗୀ ଆଫଗାନିସ୍ତାନ ଛାଡ଼ିବାପାଇଁ ତାଲିବାନ ଚରମବାଣୀ ଶୁଣାଇ ଦେଇଛି। ଅନ୍ୟପକ୍ଷରେ ବିମାନବନ୍ଦରର ଉଡ଼ାଣ ଜୋନ୍‌ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆମେରିକା ହାତରେ ଅଛି ବୋଲି ଆଜି ଆମେରିକା ସେନା କହିଛି।

ସମ୍ବନ୍ଧିତ ଖବର