ହାଇଦ୍ରାବାଦ: ଦେଶରେ ଅକ୍ସିଜେନ୍ ଅଭାବକୁ ଏପର୍ଯ୍ୟନ୍ତ ବ୍ୟବସ୍ଥିତ କରାଯାଇ ପାରିନାହିଁ। ହାଇବାଦର କିଙ୍ଗ୍ କୋଟି ହସ୍ପିଟାଲକୁ ଅକ୍ସିଜେନ୍ ନେଇ ଆସୁଥିବା ଏକ ଟ୍ୟାଙ୍କର ବାଟ ନ ପାଇବାରୁ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଅକ୍ସିଜେନ୍ ଟ୍ୟାଙ୍କରଟି ହସ୍ପିଟାଲକୁ ଆସିବା ବିଳମ୍ବ ହେବା କାରଣରୁ ରବିବାର ଏଭଳି ଅଘଟଣ ଘଟିଛି। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ୍ ଟାଙ୍କିଂର ଚାପ ଅପରାହ୍ଣରୁ ହ୍ରାସ ପାଇଥିଲା। ଆବଶ୍ୟକ ମାତ୍ରାରେ ଅକ୍ସିଜେନ୍ ଆଇସିୟୁରେ ଥିବା ରୋଗୀଙ୍କ ନିକଟକୁ ପ୍ରବାହ ହେଉ ନଥିଲା।
ଏହାକୁ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ହସ୍ପିଟାଲ ଟାଙ୍କିକୁ ଭରିବା ପାଇଁ ଆଦେଶ ଦେଇଥିଲେ। କିନ୍ତୁ ହସ୍ପିଟାଲକୁ ଅକ୍ସିଜେନ ଆଣି ଆସୁଥିବା ଟ୍ୟାଙ୍କରଟି ବାଟ ନପାଇ ଅନ୍ୟଆଡ଼େ ଚାଲିଯାଇଥିଲା। କିଛି ସମୟ ପରେ ନାରାୟଣଗୁଡ଼ା ପୁଲିସ ଟ୍ୟାଙ୍କରକୁ ଠାବ କରି ହସ୍ପିଟାଲ ଆଡ଼କୁ ଆଣିଥିଲା। କିନ୍ତୁ ସେତେବେଳକୁ ୭ ଜଣ କରୋନା ରୋଗୀଙ୍କ ଜୀବନ ଚାଲିଯାଇଥିଲା। ତେବେ ଅକ୍ସିଜେନ ଆଣି ଆସୁଥିବା ଟ୍ୟାଙ୍କରକୁ ଗ୍ରିନ କରିଡର କରି ଅଣାଯାଉ ଥିଲା କି ନାହିଁ ସେ ସଂପର୍କରେ କର୍ତ୍ତୃପକ୍ଷ ମୁହଁ ଖୋଲି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead-new-indian-express-1.jpg)