ରାଜସ୍ଥାନରେ ତାପମାତ୍ରା ୫୧ଂ

ନୂଆଦିଲ୍ଳୀ: ରାଜସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଆଜି ଦୁଇ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟର ଫଲୋଡ଼ି ଥିଲା ଆଜି ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ। ଏଠାରେ ଆଜି ସର୍ବୋଚ୍ଚ ତାପମାତ୍ରା ୫୧ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟରେ ଆଉ ଦୁଇ ତିନି ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। କେବଳ ରାଜସ୍ଥାନ ନୁହେଁ, ସମଗ୍ର ଉତ୍ତର ଭାରତ ମଧ୍ୟ ରୌଦ୍ରତାପରେ କଳବଲ ହେବ। ଭାରତୀୟ ପାଣିପାଗ ବିଭ‌ାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶରେ ମଧ୍ୟ କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ମଧ୍ୟପ୍ରଦେଶର ସାଗରରେ ୪୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ତେଲେଙ୍ଗାନାର ଆଦିଲାବାଦ‌ରେ ୪୪ ଏବଂ ଛତିଶଗଡ଼ ରାୟପୁରରେ ୪୩ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର