ତୃତୀୟ ଲହରରେ ୧୬ରୁ ୨୦ ଲକ୍ଷ ହୋଇପାରେ ଦୈନିକ ସଂକ୍ରମଣ !

ନୂଆଦିଲ୍ଲୀ: ଲମ୍ବ ଡିଆଁ ମାରୁଛି କରୋନା ସଂକ୍ରମଣ । ୭ ଦିନ ମଧ୍ୟରେ ୫ ଗୁଣରୁ ଅଧିକ ବଢ଼ିଛି ଦୈନିକ ସଂକ୍ରମଣ । ଡିସେମ୍ବର ୨୮ ତାରିଖରେ ୬୩୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୩ ତାରିଖରେ ୩୩ ହଜାର ୭୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୨. ୫ ପ୍ରତିଶତ ବୃଦ୍ଧି ପାଇଛି । ଡିସେମ୍ବରରେ ଓମିକ୍ରନ ସକ୍ରିୟ ହେବା ପରେ ପ୍ରତିଦିନ ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ ।

  • ୨୮ ଡିସେମ୍ବର – ୬,୩୫୮
  • ୨୯ ଡିସେମ୍ବର – ୯,୧୯୫
  • ୩୦ ଡିସେମ୍ବର – ୧୩,୧୫୪
  • ୩୧ ଡିସେମ୍ବର – ୧୬,୭୬୪
  • ୦୧ ଜାନୁଆରୀ – ୨୨,୭୭୫
  • ୦୨ ଜାନୁଆରୀ – ୨୭,୫୫୩
  • ୦୩ ଜାନୁଆରୀ – ୩୩,୭୫୦

ଜାତୀୟ ଗଣମାଧ୍ୟମ ଏନଡିଟିଭିର ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଠାରୁ ତୃତୀୟ ଲହରରେ ୪-୫ ଗୁଣ ଅଧିକ ହୋଇପାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଡେଲଟା ଭୂତାଣୁ ଶୀର୍ଷ ଛୁଇଁବା ବେଳେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିଲା । ଓମିକ୍ରନ ଅଧିକ ସଂକ୍ରାମକ ହୋଇଥିବାରୁ ପିକ୍ ସମୟରେ ଦିନକରେ ୧୬ରୁ ୨୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି । ସେହିପରି ସଂକ୍ରମଣ ବଢ଼ିଲେ, ଦେଶରେ ଦୈନିକ ୬୦ ହଜାର ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଡେଲଟା ଶୀର୍ଷରେ ଥିବା ବେଳେ ଦୈନିକ ୨୪ ହଜାର ରୋଗୀ ଡାକ୍ତରଖାନାକୁ ଯାଉଥିଲେ ।

Covid 3rd wave: Has it arrived? What government, latest projection reports say | Latest News India - Hindustan Times

ତେବେ ବିଶେଷଜ୍ଞଙ୍କ ମତରେ ଜିନୋମ ସିକ୍ୱେନ୍ସିଂ କମ୍ ହେଉଥିବାରୁ ଏବେ ଓମିକ୍ରନ ମାମଲା କମ୍ ଆସୁଛି କିନ୍ତୁ ଏହି ମାମଲା ପ୍ରକୃତରେ ବହୁ ଅଧିକ । ଏବେ ତୃତୀୟ ଲହରର ଶୀର୍ଷ ଆଡକୁ ଧୀରେ ଧୀରେ ଗତି କରୁଛୁ । ଜାନୁଆରି ଶେଷ ସପ୍ତାହରେ ପିକରେ ପହଁଚିବା ସମ୍ଭାବନା ରହିଛି । ହସପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ ବି ରୋଗୀ ଗୁରୁତର ହେଉନଥିବାରୁ ଆଇସିୟୁର ଲୋଡ୍ ପୂର୍ବ ଠାରୁ କମ୍ ରହିବ ବୋଲି କହିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଡେଲ୍ଟା ଅପେକ୍ଷା ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେଉନାହିଁ । ଦକ୍ଷିଣ ଆଫ୍ରିକାରେ, କରୋନା ଭୂତାଣୁର ଉଭୟ ପ୍ରଜାତି ଦ୍ୱାରା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରି କହିଛନ୍ତି ଭୂତାଣୁ ବିଶେଷଜ୍ଞ ଡାକ୍ତର ଫହିମ ୟୁନୁସ । ନଜର ପକାନ୍ତୁ ଦକ୍ଷିଣ ଆଫ୍ରିକାରୁ ମିଳିଥିବା ତଥ୍ୟ ଉପରେ…

                                             ଡେଲ୍ଟା    ଓମିକ୍ରନ

  • ଶ୍ୱାସକ୍ରିୟାଜନିତ ସମସ୍ୟା     ୯୧ %    ୩୧%
  • ହସ୍ପିଟାଲ ରହଣି                 ୭ %       ୩%
  • ଅକ୍ସିଜେନ୍                        ୭୪%    ୧୭%
  • ଆଇସିୟୁ                         ୩୦%    ୧୮%
  • ଭେଣ୍ଟିଲେଟର                    ୧୨%    ୧.୬%
  • ମୃତ୍ୟୁହାର                         ୨୯%     ୩%

ଡେଲ୍ଟା ଦ୍ୱାରା ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ପ୍ରତିଶତଙ୍କଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଯାଉଥିବାବେଳେ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ପ୍ରତିଶତଙ୍କଠାରେ ଏହି ସମସ୍ୟା ଦେଖାଯାଉଛି । ସେହିପରି ଡେଲ୍ଟାରେ ଆକ୍ରାନ୍ତ ପ୍ରାୟ ୭ ଦିନ ହସ୍ପିଟାଲରେ ରହି ଚିକିତ୍ସା ହେଉଥିବାବେଳେ ଓମିକ୍ରନ ଆକ୍ରାନ୍ତ ୩ ଦିନରେ ସୁସ୍ଥ ହେଉଥିବା ଦେଖାଯାଉଛି । ଅକ୍ସିଜେନ୍ ଆବଶ୍ୟକତା ଡେଲ୍ଟା ଆକ୍ରାନ୍ତଙ୍କ କ୍ଷେତ୍ରରେ ୭୪% ଥିବାବେଳେ ଓମିକ୍ରନ ଆକ୍ରାନ୍ତଙ୍କ କ୍ଷେତ୍ରରେ ୧୭% । ଡେଲ୍ଟା ଆକ୍ରାନ୍ତଙ୍କ ଆଇସିୟୁ ଆବଶ୍ୟକତା ୩୦% ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ଆଇସିୟୁ ଆବଶ୍ୟକତା ୧୮% । ଡେଲ୍ଟା ଆକ୍ରାନ୍ତଙ୍କ ଭେଣ୍ଟିଲେଟର ଆବଶ୍ୟକତା ୧୨% ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ଭେଣ୍ଟିଲେଟର ଆବଶ୍ୟକତା ୧.୬% ।

ସମ୍ବନ୍ଧିତ ଖବର