ନରହନ୍ତା ବାଘକୁ ଆଜୀବନ ଜେଲ୍

ଭୋପାଳ: ୨୦୧୮ ମସିହାରେ ଅତି ଅଳ୍ପ ସମୟ ଭିତରେ ତିନି ତିନି ଜଣ ସ୍ଥାନୀୟ ଲୋକଙ୍କ ଜୀବନ ନେଇ ଚର୍ଚ୍ଚାରେ ରହି ଆସିଥିବା ମହାରାଷ୍ଟ୍ରର ଏକ ନରଖାଦକ ବ୍ୟାଘ୍ରକୁ ଶେଷରେ ବାକି ଜୀବନ ଲୁହାର ଖୁଆଡ଼ ଭିତରେ କାଟିବାକୁ ପଡି଼ବା ଶନିବାର ଏହାକୁ କାହ୍ନା ଜାତୀୟ ଉଦ୍ୟାନରେ ନିଶ୍ଚେତକ ପ୍ରୟୋଗ କରାଯାଇ ଭୋପାଳର ବନବିହାରକୁ ଅଣାଯାଇଛିା ସେଠାରେ ସେ ଲୁହା ବାଡ଼ ଘେରା ଚାରିକାନ୍ଥ ଭିିତରେ ନିଃସଙ୍ଗ ବନ୍ଦୀ ଜୀବନ ବିତାଇବ ବୋଲି ଜଣାଯାଇଛିା ଜଙ୍ଗଲରେ ବିଚରଣ କରି ବନ୍ୟ ଜନ୍ତୁ ଶିକାର କରି ଚଳିବା ଲାଗି ତା’କୁ ବନବିଭାଗ ଅନେକ ଥର ସୁଯୋଗ ଦେଇଛି, ମାତ୍ର ପ୍ରତିଥର ଏହି ମହାବଳ ଜନବସତିମୁହାଁ ହୋଇ ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରିଚାଲିଥିଲାା ତେଣୁ ଶେଷରେ ଏହାକୁ ମଣିଷ ଜୀବନ ପାଇଁ ବିପଜ୍ଜନକ ବୋଲି ଘୋଷଣା କରାଯାଇ ଏଭଳି ଲୁହା ଖୁଆଡ଼ରେ ରଖିିବା ପାଇଁ ବନବିଭାଗ ନିଷ୍ପତ୍ତି ନେଇଛିା ପା‌ଞ୍ଚ ବର୍ଷର ଏହି ୧୮୦ କେଜି ବିଶିଷ୍ଟ ଅଣ୍ତିରା ବାଘଟି ୨୦୧୮ ଅଗଷ୍ଟରୁ ଡିସେମ୍ବର ଭିତରେ ନୂତନ ଚରାଭୂଇଁ ଖୋଜିବା ଆଳରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଅ‌ଂଚଳରୁ ଦୀର୍ଘ ୫୧୦ କିମି ଅତିକ୍ରମ କରି ମଧ୍ୟପ୍ରଦେଶର ପଳାସପାଣି ଇଲାକାରେ ପହଂଚିଥିଲା। ଏହି ଅବସରରେ ସେ ବାଟରେ ଅକ୍ଟୋବର ୧୯ ଓ ଅକ୍ଟୋବର ୨୨ ତାରିଖରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଦୁଇ ଜଣ ସ୍ଥାନୀୟ ଲୋକଙ୍କୁ ଶିକାର କରିଥିବା ବେଳେ ଦୁଇ ଦିନ ପରେ ମଧ୍ୟପ୍ରଦେଶର ସାତପୁରା ବ୍ୟାଘ୍ର ଅଭୟାରଣ୍ୟରେ ତୃତୀୟ ଶିକାର କରିଥିିଲା।

ସମ୍ବନ୍ଧିତ ଖବର