ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ: ବିହାରରେ ପୁଣି ଏନ୍‌ଡିଏ ଜିତିବ

ନୂଆଦିଲ୍ଲୀ: ବିହାରରେ ଆସନ୍ତା ବିଧାନସଭା‌ ନିର୍ବାଚନରେ ଏନଡିଏ ବିଜୟୀ ହେବ। ଟାଇମ୍ସ ନାଓ-ସି ଭୋଟର ପକ୍ଷରୁ ଆଜି କରାଯାଇଥିବା ଜନମତ ସର୍ଭେରେ ଏହା କୁହାଯାଇଛି। ମୋଟ ୨୪୩ଟି ଆସନ ମଧ୍ୟରୁ ଏନଡିଏ ୧୬୦ଟି ଆସନରେ ଜିତିବ। ବିଜେପି ୮୫ଟି ଆସନରେ ଜିତି ଏକକ ବୃହତ୍ ଦଳ ହେବ। ନୀତୀଶ କୁମାରଙ୍କ ଜେଡିୟୁ ୭୦ଟି ଆସନରେ ଜିତି ଦ୍ବିତୀୟ ସ୍ଥାନରେ ରହିବ। ଏନଡିଏର ଅନ୍ୟ ସହଯୋଗୀ ଦଳକୁ ୫ଟି ଆସନ ମିଳିବ। ଉପାକୁ ୭୬ଟି ଆସନ ମିଳିବ। ମହାମେଣ୍ଟରେ ତେଜସ୍ବୀ ଯାଦବଙ୍କ ଆରଜେଡିକୁ ସର୍ବାଧିକ ୫୬ ଆସନ ମିଳିବ। ଭାରତୀୟ ଜାତୀୟ କଂଗ୍ରେସ ମାତ୍ର ୧୫ଟି ଆସନ ପାଇବ। ତେବେ ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି ୧୪୩ଟି ଆସନରେ ପ୍ରାର୍ଥୀ ଦେଲେ ମଧ୍ୟ ୫ଟି ଆସିନରେ ଜିତିବ।

ବାମଦଳକୁ ୫ଟି ଏବଂ ଅନ୍ୟମାନଙ୍କୁ ୨ଟି ଆସନ ମିଳିବ। ୨୪୩ ଆସନ ବିଶିଷ୍ଟ ବିହାରରେ ସରକାର ଗଠନ ପାଇଁ କୌଣସି ଦଳ ଏବଂ ମେଣ୍ଟକୁ ୧୨୨ଟି ଆସନରେ ଜିତିବା ଆବଶ୍ୟକତା ରହିଛି। ଏନଡିଏରେ ଜେଡିୟୁ ୧୧୫ ଆସନରେ ଏବଂ ବିଜେପି ୧୧୦ ଆସନରେ ଲଢ଼ିବ। ଅନ୍ୟପକ୍ଷରେ ମହାମେଣ୍ଟରେ ଆରଜେଡି ୧୪୪ଟି ଆସନରେ ଏବଂ କଂଗ୍ରେସ ୭୦ ଆସନରେ ନିର୍ବାଚନ ଲଢ଼ିବ। ଉଲ୍ଲେଖଯୋଗ୍ୟ ଯେ, ବିହାର ବିଧାନସଭା ପାଇଁ ଚଳିତମାସ ୨୮ ତାରିଖରୁ ନଭେମ୍ବ ୭ ତାରିଖ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ।

ସମ୍ବନ୍ଧିତ ଖବର