କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ 'ଦୁର୍ଗା' ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ମହିଷାସୁର' ଭାବେ ଦର୍ଶାଯାଇଥିବା ଟିଏମ୍ସିର ଏକ ପୋଷ୍ଟରକୁ ନେଇ ରାଜ୍ୟରେ ରାଜେନୖତିକ ବିବାଦ ସୃଷ୍ଟି ହୋଇଛି। ଟିଏମ୍ସିର ଏଭଳି କାର୍ଯ୍ୟ ଦେଶର ପ୍ରଧାନମନ୍ତ୍ରୀ ଏବଂ ସନାତନ ଧର୍ମର ଅପମାନ ବୋଲି କହି ବିଜେପି ଏହି ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ପୋଷ୍ଟର ମେଦିନୀପୁର ଜିଲ୍ଲାରେ ବହୁଳ ଭାବେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କୁ ମହିଷାସୁର ଭାବେ ଦର୍ଶାଇଥିବା ଏହି ପୋଷ୍ଟରରେ ବିରୋଧୀ ଦଳମାନଙ୍କୁ ଛେଳି ଭାବରେ ଦର୍ଶାଯାଇଛି। ଏହି ପୋଷ୍ଟର ନେଇ ସମଗ୍ର ମେଦିନୀପୁର ଜିଲ୍ଲାରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ଟିଏମ୍ସି ନେତା ଅନିମା ଶାହା କହିଛନ୍ତି, ପୋଷ୍ଟର୍ ଲାଗିଛି କିନ୍ତୁ ଆମେ ଏହାକୁ ଲଗାଇ ନାହୁଁ।
ମମତାଙ୍କୁ ଦୁର୍ଗା ଓ ପ୍ରଧାନମନ୍ତ୍ରୀଙ୍କୁ ମହିଷାସୁର ଭାବେ ଦେଖାଇଲା ଟିଏମ୍ସି ପୋଷ୍ଟର୍
/sambad/media/post_attachments/wp-content/uploads/2022/02/5da4g5d4a65d4dg56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)