ରାସ୍ତାକଡ଼ରେ ଶୋଇଥିବା ୬ ଜଣଙ୍କ ଉପରେ ଟ୍ରକ୍‌ ମାଡ଼ିଗଲା, ୪ ମୃତ

ନୂଆଦିଲ୍ଲୀ: ଆଜି ଭୋର୍‌ ସମୟରେ ଦିଲ୍ଲୀର ଶାହଦରାଠାରେ ରୋଡ୍ ଡିଭାଇଡର୍ ଉପରେ ଶୋଇଥିବା ୬ ଜଣଙ୍କ ଉପରେ ଏକ ଟ୍ରକ ମାଡ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍‌ ସହ ଫେରାର ହୋଇଯାଇଛି। ଡ୍ରାଇଭରକୁ ଧରିବା ପାଇଁ ପୁଲିସ ଟିମ୍ ନିୟୋଜିତ କରାଯାଇଛି। ଦୁଇଜଣ ଗୁରୁତର ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ମୃତକଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର