ଭରତପୁର: ରାଜସ୍ଥାନର ଭରତପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଭୋର୍ ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଅଟକିଥିବା ବେଳେ ପଛପଟୁ ଏକ ଟ୍ରକ୍ ପ୍ରଚଣ୍ଡ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ସୂଚନାନୁଯାୟୀ ମୃତକମାନେ ହେଉଛନ୍ତି ଗୁଜରାଟର ଭାବନଗର ଜିଲ୍ଲାର। ବସ୍ଟି ଗୁଜରାଟରୁ ଆସିଥିଲା ଏବଂ ଏହା ଉତ୍ତରପ୍ରଦେଶର ମଥୁରାକୁ ଯାଉଥିଲା। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।