ଏଚ୍-୧ବି ଭିସା ରଦ୍ଦ କରିପାରନ୍ତି ଟ୍ରମ୍ପ୍ ପ୍ରଶାସନ, ଚିନ୍ତାରେ ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଧାରୀ

ୱସିଂଟନ୍: ମହାମାରୀ କୋଭିଡ୍–୧୯ ଯୋଗୁଁ ଆମେରିକାରେ ଦେଖାଦେଇଥିବା ବେକାରି ସମସ୍ୟାକୁ ଦୃଷ୍ଟିରେ ରଖି ସେଠାରେ ଚାକିରି କରୁଥିବା ପ୍ରବାସୀମାନଙ୍କ ପାଇଁ ଲାଗୁ ହୋଇଥିବା ଏଚ୍–୧ବି ଭିସା ସମେତ ଅନ୍ୟ କିଛି ଚାକିରି ଅନୁମତିପତ୍ର ରଦ୍ଦ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଚାର କରୁଛନ୍ତିା ଏହାଦ୍ବାରା ବିଶେଷ କରି ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଧାରୀମାନେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛିା ଆଗାମୀ ଅକ୍ଟୋବର ପହିଲାରୁ ଆମେରିକା ସରକାରଙ୍କ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଥିବା ବେଳେ ଏହି ଭିସା ରଦ୍ଦ ପ୍ରକ୍ରିୟା ସେବେଠାରୁ ଲାଗୁ ହୋଇପାରେ ବୋଲି ୱାଲ୍‌ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଦ୍ବାରା ଏଚ୍–୧ବି ଭିସା ହାସଲ କରି କାର୍ଯ୍ୟସ୍ଥଳରେ ଯୋଗଦେବାକୁ ଅପେକ୍ଷା କରି ରହିଥିବା ବିଦେଶୀ ଆଶାୟୀମାନଙ୍କୁ ଆଉ ଆମେରିକା ଯିବାକୁ ଅନୁମତି ମିଳିବ ନାହିାଁ ଅବଶ୍ୟ ସମ୍ପ୍ରତି ଆମେରିକାରେ ରହୁଥିବା ଏଚ୍–୧ବି ଭିସାପ୍ରାପ୍ତ ବିଦେଶୀ ନାଗରିକମାନଙ୍କ ପାଇଁ ସେଭଳି କିଛି କଟକଣା ରହିବନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛିା

ସୂଚନାଥାଉ କି, ଭାରତୀୟ ବୈଷୟିକ ଜ୍ଞାନକୌଶଳ ବୃତ୍ତିଧାରୀଙ୍କ ପାଇଁ ବିଦେଶରେ କାମ କରିବା ପାଇଁ ଏଚ୍–୧ବି ଭିସା ଏକ ମହାର୍ଘ ସାମଗ୍ରୀ ଭାବେ ବିବେଚିତ। ତେବେ ଟ୍ରମ୍ପ୍ ପ୍ରଶାସନର ଏଭଳି ନିଷ୍ପତ୍ତି ହଜାର ହଜାର ଭାରତୀୟ ପେସାଦାର ପ୍ରଯୁକ୍ତିବିତ୍‌ମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବା । ସଂଖ୍ୟାଧିକ ଭାରତୀୟ ଏଚ୍–୧ବି ଭିସା ଥାଇ ସୁଦ୍ଧା ମହାମାରୀ କୋଭିଡ୍–୧୯ର ସଂକ୍ରମଣ ଅବସରରେ ନିଜର ଚାକିରି ହରାଇ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛନ୍ତିା ତେବେ ଆମେରିକା ନିଜ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଦୁର୍ଲଭ ଦୀର୍ଘମିଆଦୀ ଏଚ୍–୧ବି ଭିସା ସମେତ ସ୍ବଳ୍ପକାଳୀନ କର୍ମଜୀବୀଙ୍କ ପାଇଁ ଉଦ୍ଦିଷ୍ଟ ଏଚ୍–୨ବି ଭିସା, ସାମୟିକ କର୍ମଜୀବୀଙ୍କ ପାଇଁ ଥିବା ଜେ–୧ ଭିସା ଏବଂ ଆନ୍ତଃକମ୍ପାନି ବଦଳି ପାଇଁ ଥିବା ଏଲ୍–୧ ଭିସା ଉପରେ ମଧ୍ୟ ରୋକ ଲଗାଇବା ପାଇଁ ବିଚାରବିମର୍ଷ ଚଳାଇଛି। ତେବେ ଏଭଳି କଟକଣା ସମ୍ପର୍କରେ କୌଣସି ଚୂଡା଼ନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ହ୍ବାଇଟ୍‌ହାଉସ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଆମେରିକାବାସୀଙ୍କୁ ଉପଯୁକ୍ତ କାର୍ଯ୍ୟଯୋଗାଣ ପାଇଁ ବିଶେଷଜ୍ଞମାନଙ୍କ ଦ୍ବାରା ପରିସ୍ଥିତିର ତର୍ଜମା ଚାଲିଛିା ବିଶେଷ କରି କୋଭିଡ୍ ପର ସ୍ଥିତିରେ ଅତ୍ୟନ୍ତ ବ୍ୟାକୁଳ ହୋଇ ଚାକିରି ଲୋଡୁଥିବା ଆମେରିକୀୟଙ୍କୁ ଥଇଥାନ କରିବା ପରେ ହିଁ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ହ୍ବାଇଟ୍‌ହାଉସ୍‌ ମୁଖପାତ୍ର ହୋଗାନ୍ ଗିଡ୍‌ଲେ କହିଛନ୍ତିା

ସମ୍ବନ୍ଧିତ ଖବର