ସ୍ବୀକାର କଲେ ତୁର୍କୀ ରାଷ୍ଟ୍ରପତି; ତ୍ବରାନ୍ବିତ ‌ହୋଇପାରିନି ଉଦ୍ଧାର କାର୍ଯ୍ୟ, ଅନେକ ତ୍ରୁଟି ରହିଛି

ଇସ୍ତାନବୁଲ: ତୁର୍କୀ ଓ ସିରିୟା ଭୂକମ୍ପ ଯୋଗୁଁ ୧୯ ହଜାରରୁ ଅଧିକ ‌ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ତୁର୍କୀରେ ୬୨ ହଜାରରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ସରକାରଙ୍କ ବିରୋଧରେ ସମାଲୋଚନା ବଢ଼ିଛି। ଇତିମଧ୍ୟରେ ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ ‌ଏର୍ଡୋଗାନ ଆଜି ତ୍ରୁଟି ସ୍ବୀକାର କରିଛନ୍ତି। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବୀ ହୋଇପାରିନି ଏବଂ କିଛି ତ୍ରୁଟି ରହିଯାଇଛି ବୋଲି ଏର୍ଡୋଗାନ ସ୍ବୀକାର କରିଛନ୍ତି। ‘ଏଭଳି ଏକ ବିପର୍ଯ୍ୟୟ ବିରୋଧରେ ପ୍ରସ୍ତୁତ ରହିବା ସମ୍ଭବ ନୁହେଁ। ଆମେ ଆମର କୌଣସି ନାଗରିକଙ୍କୁ ଅସହାୟ ଭାବେ ଛାଡ଼ିଦେବୁନି ଏବଂ ଲୋକଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରୟାସ ଜାରି ରହିବ’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର