କରୋନା ପ୍ରଘଟକାରୀ ଚୀନ ବିଶେଷଜ୍ଞଙ୍କ ଟ୍ବିଟର ଆକାଉଣ୍ଟ୍‌ ସାମୟିକ ଭାବେ ରଦ୍ଦ

ଓ୍ୱାସିଂଟନ: ଅଭିନବ କରୋନା ଭୂତାଣୁ ସାର୍ସ-କୋଭ୍-୨ ଚୀନ୍‌ର ଉହାନ ସହରସ୍ଥିତ ଏକ ଭୂତାଣୁ ପରୀକ୍ଷାଗାରରେ ହିଁ ଉତ୍ପନ୍ନ ହୋଇଥିବା କଥାକୁ ପ୍ରଘଟ କରିଥିବା ଚୀନ୍‌ର ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା.ଲି-ମେଙ୍ଗ୍‌ ୟାନ୍‌ଙ୍କ ଟ୍ବିଟର ଆକାଉଣ୍ଟ୍‌କୁ ସାମୟିକ ଭାବେ ଅଚଳ କରାଯାଇଛି। ଏପରି ପ୍ରଘଟ କରି ସେ ଚୀନ ସରକାରଙ୍କ ମୁଖା ଖୋଲିଦେଇଥିବାରୁ ତାହା ଟ୍ବିଟର ନିୟମର ଉଲ୍ଲଂଘନ କରୁଛି ବୋଲି ତାଙ୍କ ଟ୍ବିଟର ପୃଷ୍ଠାରେ ଉଲ୍ଲେଖ କରାଯାଇଛି। ତେବେ ଟ୍ବିଟର ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଗତ ବର୍ଷ ଡିସେମ୍ବର ମାସରେ ସୃଷ୍ଟ ଏହି କରୋନା ଭୂତାଣୁ ସମ୍ପର୍କରେ ଯାବତୀୟ ତଥ୍ୟ ଚୀନ ସରକାର ଗୋପନ ରଖିଥିଲେ ବୋଲି ଡା. ୟାନ୍‌ ପ୍ରଥମେ ପର୍ଦ୍ଦାଫାସ କରିଥିଲେ। ଉହାନ ବିଜ୍ଞାନାଗାରରେ ହିଁ ସାର୍ସ-କୋଭ୍-୨ର ଉତ୍ପତ୍ତି ବୋଲି ସେ ଦାବି କରିବା ସହ ଏହାର ଯଥାର୍ଥତା ପ୍ରତିପାଦନ ପାଇଁ ତାଙ୍କ ପାଖରେ ବୈଜ୍ଞାନିକ ପ୍ରମାଣ ମହଜୁଦ ରହିଥିବା ସେ ନିକଟରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଚୀନର ସାମରିକ ପ୍ରତିଷ୍ଠାନ ଦ୍ବାରା ଆବିଷ୍କୃତ ‘ସିସି୪୫’ ଏବଂ ‘ଜେଡ୍‌ଏକ୍ସସି୪୧’ ନାମକ ଦୁଇଟି ମାରାତ୍ମକ ଭୂତାଣୁକୁ ଭିତ୍ତି କରି ଉହାନ ବିଜ୍ଞାନାଗାରରେ ଏହି ଭୂତାଣୁ ସୃଷ୍ଟି ହୋଇଥିଲା। ଚୀନର ମାଂସ ବଜାରରୁ ଏହା ସଂକ୍ରମିତ ହୋଇଛି ବୋଲି କରାଯାଇଥିବା ପ୍ରଚାର ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଥିଲେ। ପରିଣତି ସ୍ବରୂପ ନିଜର ସୁରକ୍ଷା ପାଇଁ ସେ ଆମେରିକା ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର