ନୂଆଦିଲ୍ଲୀ: କରୋନା ମୁକାବିଲା ଦିଗରେ ଭାରତ ଏବେ ସାରା ବିଶ୍ବକୁ ସହଯୋଗର ହାତ ବଢ଼ାଇଥିବାବେଳେ ଏଭଳି କାର୍ଯ୍ୟକୁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ସାଲ୍ୟୁଟ୍ କରିଛନ୍ତି। ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକୁ ଭାରତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ପଠାଇଛି। ନ୍ୟୁୟର୍କରେ ଏବେ ୧୫୦୦ରୁ ଅଧିକ ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଦ୍ବାରା ଚିକିତ୍ସା କରାଯାଉଛି। ଭାରତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ରପ୍ତାନୀ ଉପରୁ କଟକଣା ହଟାଇଦେବାପରେ ଏବେ ଏହି ଔଷଧର ଡିମାଣ୍ଡ ବି ବଢ଼ିଛି। କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ବିଶ୍ବ ଏକତାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଯେଉଁମାନେ ଅନ୍ୟକୁ ସହଯୋଗ କରିବା ଭଳି ସ୍ଥିତିରେ ଅଛନ୍ତି ସେମାନେ ସହଯୋଗ କରିବା ଉଚିତ୍। ଭାରତ ଅନ୍ୟ ଦେଶକୁ ସହଯୋଗ କରୁଥିବାରୁ ଆମେ ଏଥିପାଇଁ ଅଭିବାଦନ ଜଣାଉଛୁ ବୋଲି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି।
ଭାରତର ସହଯୋଗକୁ ସାଲ୍ୟୁଟ୍ କଲେ ଜାତିସଂଘ ମୁଖ୍ୟ
/sambad/media/post_attachments/wp-content/uploads/2020/04/antonio-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)