ଟେଲ୍ ଅଭିଭ: ଲୋହିତ ସାଗରରେ ଆମେରିକା ଓ ବ୍ରିଟେନର ନୌସେନା ହୁତି ବିଦ୍ରୋହୀଙ୍କ ୧୮ଟି ଡ୍ରୋନ୍ ଏବଂ ୩ଟି କ୍ଷେପଣାସ୍ତ୍ରକୁ ଗୋଟିଏ ରାତିରେ ନଷ୍ଟ କରିଛି। ଆଜି ବ୍ରିଟେନ ପ୍ରତିରକ୍ଷା ସଚିବ ଏନେଇ ସୂଚନା ଦେଇ କହିଛନ୍ତି ଯେ ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଗତରାତିରେ ଲୋହିତ ସାଗରରେ ସେମାନଙ୍କ ଜାହାଜକୁ ଲକ୍ଷ୍ୟ କରି ବହୁସଂଖ୍ୟାରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିଥିଲେ। ଏଥିରେ ଜାହଜ ବିଧ୍ବଂସୀ କ୍ରୁଜ୍ ମିସାଇଲ୍ ଓ ଜାହାଜ ବିଧ୍ବଂସୀ ବାଲିଷ୍ଟିକ୍ ମିସାଇଲ୍ ମଧ୍ୟ ସାମିଲ ଥିଲା। ତେବେ ସେଠାରେ ମୁତୟନ ଥିବା ଆମେରିକା ଓ ଇଂଲଣ୍ଡର ଯୁଦ୍ଧପୋତ ଓ ଯୁଦ୍ଧ ବିମାନ ହୁତି ବିଦ୍ରୋହୀଙ୍କ ସମସ୍ତ ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ସେହିଭଳି ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ହୋଇଥିବା ଏହି ଆକ୍ରମଣ ସହ ୧୯ ନଭେମ୍ବର ୨୦୨୩ ରୁ ବର୍ତମାନ ସୁଦ୍ଧା ୨୬ ଥର ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଆକ୍ରମଣ କରିଛନ୍ତି। ସୂଚନାଯୋଗ୍ୟ, ଇସ୍ରାଏଲ୍-ହାମାସ୍ ଯୁଦ୍ଧରେ ହମାସ୍କୁ ସମର୍ଥନ ଜଣାଇ ୟେମନର ହୁତି ବିଦ୍ରୋହୀମାନେ ଲୋହିତ ସାଗର ଓ ଆରବ ସାଗରରେ ତୁହାକୁ ତୁହା ଆକ୍ରମଣ ଚଳାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp