ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଲା ୟୁପିଏସ୍‌ସି, ମହାମାରୀ ପାଇଁ ସିଭିଲ୍‌ ସର୍ଭିସ ପରୀକ୍ଷା ଅଟକିବ ନାହିଁ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସିଭିଲ୍‌ ସର୍ଭିସ ପରୀକ୍ଷା ଅଟକିବ ନାହିଁ ବୋଲି ୟୁପିଏସ୍‌ସି ଆଜି ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛି। ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୪ ତାରିଖରେ ୟୁନିୟନ ପବ୍ଲିକ ସର୍ଭିସ କମିସନ ପକ୍ଷରୁ ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ହେବାକୁ ସ୍ଥିର ହୋଇଛି। ମାତ୍ର କରୋନା ମହାମାରୀ ପାଇଁ ଏହାକୁ କୌଣସି ପ୍ରକାରେ ସ୍ଥଗିତ ରଖାଯାଇ ପାରିବ ନାହିଁ ବୋଲି ୟୁପିଏସ୍‌ସି ପକ୍ଷରୁ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇ ଦିଆଯାଇଛି। ସିଭିଲ୍‌ ସର୍ଭିସ ପରୀକ୍ଷା ବାତିଲ କରାଯିବା ନେଇ ସୁପ୍ରିମ କୋର୍ଟ ପୂର୍ବରୁ ଏକ ଶୁଣାଣି କରିଥିଲା ଏବଂ ଏ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ୟୁପିଏସ୍‌ସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ, ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଯୋଗୁଁ ସିଭିଲ୍‌ ସର୍ଭିସ ପରୀକ୍ଷା ଦୁଇ ମାସ ଘୁଞ୍ଚି ଯାଇଥିଲା। ଏହାକୁ ନେଇ ୨୦ ଜଣ ଆଶାୟୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର