ନୂଆଦିଲ୍ଲୀ : ଅଗଷ୍ଟ ୩୦ରୁ ଏକ ଆମେରିକା ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିବେ। ଆମେରିକା ସିନେଟର ଜନ ଓସୋଫ୍ଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଆସନ୍ତା ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆର୍ଥିକ, ବୈଜ୍ଞାନିକ ଏବଂ ସୁରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆମେରିକାର ପ୍ରତିନିଧି ଦଳ ଭାରତ ଗସ୍ତରେ ଆସୁଛନ୍ତି। ସିନେଟର ଓସୋଫ୍ କହିଛନ୍ତି, ମୁଁ ଏହି ଆମେରିକା ପ୍ରତିନିଧି ଦଳର ନେତୃତ୍ବ ନେଉଛି। ଦୁଇ ରାଷ୍ଟ୍ର ମଧ୍ୟରେ ବନ୍ଧୁତା ସୁଦୃଢ଼ କରିବା ଏବଂ ଭାରତର ପରବର୍ତ୍ତୀ ପିଢ଼ିର ନେତାଙ୍କୁ ଭେଟିବାପାଇଁ ମୁଁ ଏହି ପ୍ରତିନିଧି ଦଳର ନେତୃତ୍ବ ନେଉଛି। ୩୫ ବର୍ଷୀୟ ଓସୋଫ୍ ହେଉଛନ୍ତି ୩ ଦଶନ୍ଧି ମଧ୍ୟରେ ଆମେରିକାରେ ସବୁଠୁ କନିଷ୍ଠ ସିନେଟର।
ଅଗଷ୍ଟ ୩୦ରୁ ୮ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ପ୍ରତିନିଧି ଦଳ
/sambad/media/post_attachments/wp-content/uploads/2022/08/sf56465fs4hsf65h456.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)