ନୂଆଦିଲ୍ଲୀ : ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ଆସନ୍ତା ୨୭-୨୮ରେ ବ୍ଲିଙ୍କେନ୍ ଭାରତ ଗସ୍ତ କରିବେ । ଏହି ଗସ୍ତ ଅବସରରେ ବ୍ଲିଙ୍କେନ୍ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଅଧୀନରେ ବିଦେଶ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବାପରେ ବ୍ଲିଙ୍କେନ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଥମେ ସେ ୨୭ରେ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କୁ ଭେଟିବେ। ବ୍ଲିଙ୍କେନ୍ଙ୍କ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ଆମେରିକା ବିଦେଶ ସଚିବଙ୍କ ଭାରତ ଗସ୍ତ ୨୭ରେ
/sambad/media/post_attachments/wp-content/uploads/2021/07/blinken-.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)