ୱାସିଂଟନ: ବହୁପ୍ରଚଳିତ ଗର୍ଭପାତ ବଟିକା ଉପରୁ ତଳ କୋର୍ଟର ନିଷେଧାଦେଶ ବା କଟକଣାକୁ ଶୁକ୍ରବାର ଆମେରିକାର ସୁପ୍ରିମ୍କୋର୍ଟ ଉଠାଇଦେଇଛନ୍ତି। ଦୁଇଜଣ ରକ୍ଷଣଶୀଳ ବିଚାରପତି ତଳ କୋର୍ଟଙ୍କ ୧୦ ମାସ ତଳର ରାୟକୁ ଖାରଜ କରିଦେଇଛନ୍ତି। ମାମଲାର ମେରିଟ୍ ଉପରେ କୌଣସି ମତବ୍ୟକ୍ତ ନ କରି ଆମେରିକାରେ ଗର୍ଭପାତ ପାଇଁ ସର୍ବାଧିକ ବ୍ୟବହୃତ ହେଉଥିବା ଔଷଧ ଉପରୁ କଟକଣା ହଟାଇଦେଇ ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି କୋର୍ଟ କହିଛନ୍ତି।
ତଳକୋର୍ଟଙ୍କ ରାୟକୁ ବାତିଲ କରିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନ୍ୟାୟ ବିଭାଗ ସୁପ୍ରିମ୍କୋର୍ଟରେ ଏକ ଜରୁରୀ ଆବେଦନ କରିଥିଲେ। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ) ୨୦୦୦ ମସିହାରେ ଗର୍ଭପାତ ବଟିକାକୁ ଅନୁମୋଦନ ଦେଇଥିବା ବେଳେ ଟେକ୍ସାସର ଜିଲ୍ଲା କୋର୍ଟ ବିଚାରପତି ଏହା ଉପରେ କଟକଣା ଲଗାଇଥିଲେ।