ନୈନିତାଲ: ଉତ୍ତରାଖଣ୍ଡ ହାଇକୋର୍ଟ ସର୍ତ୍ତ ସହ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣା ହଟାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଆଜି ମୁଖ୍ୟ ବିଚାରପତି ଆର୍ଏସ୍ ଚୌହାନ ଏବଂ ବିଚାରପତି ଆଲୋକ କୁମାର ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ମାମଲା ସମ୍ପର୍କରେ ସବିଶେଷ ତଥ୍ୟ ଶୁଣିବା ପରେ ଅଦାଲତ ଜୁନ୍ ୨୮ର ନିଷ୍ପତ୍ତି ଅନୁଯାୟୀ ଚାରିଧାମ ଯାତ୍ରା ଉପରେ ଲଗାଇଥିବା କଟକଣାକୁ ହଟାଇ ଦେଇଛନ୍ତି। ସରକାର କୋଭିଡ୍-୧୯ ନିୟମ କଡ଼ାକଡ଼ି ପାଳନ କରି ଯାତ୍ରା ଆରମ୍ଭ କରିପାରିବେ ବୋଲି ଖଣ୍ଡପୀଠ ଆଦେଶ ଦେଇଛନ୍ତି। ଚାରିଧାମ ଯାତ୍ରା ଆରମ୍ଭ କରିବା ପାଇଁ ଅଦାଲତଙ୍କ ଆଦେଶ ପରେ ରାଜ୍ୟ ସରକାର ଆଶ୍ବସ୍ତ ହୋଇଛନ୍ତି। ଏଥିସହିତ ହଜାର ହଜାର ଯାତ୍ରା ବ୍ୟବସାୟୀ, ପୁରୋହିତ ସମେତ ଉତ୍ତରକାଶୀ, ଚମେଲୀ ଏବଂ ରୁଦ୍ରପ୍ରୟାଗ ଜିଲ୍ଲାର ଜନସାଧାରଣଙ୍କ ଆର୍ଥିକ ସ୍ଥିତି ସୁଧୁରିବା ଆଶା ଉଜ୍ଜଳ ହୋଇଛି।
ସର୍ତ୍ତ ସହ ଚାରିଧାମ ଯାତ୍ରାକୁ ଅନୁମତି ଦେଲେ ଉତ୍ତରାଖଣ୍ଡ ହାଇକୋର୍ଟ
/sambad/media/post_attachments/wp-content/uploads/2020/05/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)