ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦିଆଯାଇଥିବା ୬୫,୨୭,୧୭୫ ଟିକାକୁ ମିଶାଇ ଭାରତର ମୋଟ କୋଭିଡ୍‌-୧୯ ଟିକାକରଣ ୭୩ କୋଟି ଟପିଛି ବୋଲି ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ୧,୦୩,୬୩,୩୨୯ ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୫,୭୦,୩୪୦ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନଙ୍କ ମଧ୍ୟରୁ ୧,୮୩,୩୫,୪୫୨ ଜଣ ପ୍ରଥମ ଡୋଜ୍ ଓ ୧,୩୯,୧୦,୩୮୭ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୧୮-୪୪ ବୟସ ବର୍ଗର ଲୋକମାନଙ୍କ ମଧ୍ୟରୁ ୨୯,୩୪,୩୫,୧୨୧ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୪,୧୧,୦୩,୨୫୩ ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ୪୫-୫୯ ବୟସ ବର୍ଗରେ ୧୪,୨୦,୯୬,୦୮୯ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୬,୧୬,୯୨,୧୨୧ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି ଏବଂ ୬୦ ବା ତଦୂର୍ଦ୍ଧ୍ବ ବୟସ୍କ ଲୋକମାନଙ୍କ ମଧ୍ୟରୁ ୯,୨୩,୧୧,୪୩୬ ଜଣ ପ୍ରଥମ ଡୋଜ୍ ଏବଂ ୪,୮୭,୭୨,୧୬୦ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

Advertisment

ସେହିପରି ଗତ ୨୪ ଘଣ୍ଟା ଭିତରେ ୩୨,୧୯୮ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ମୋଟ୍‌ ଆରୋଗ୍ୟ ସଂଖ୍ୟା ୩,୨୩,୭୪,୪୯୭ରେ ପହଞ୍ଚଛି। ଫଳତଃ ଆରୋଗ୍ୟ ହାର ହେଉଛି ୯୭.୪୯ ପ୍ରତିଶତ। ଗତ ୨୪ ଘଣ୍ଟା ଭିତରେ ୩୩,୩୭୬ ଜଣ ନୂଆ ସଂକ୍ରମିତ ହୋଇଥିବା ବେଳେ କ୍ରମାଗତ ଭାବେ ୭୬ ଦିନ ଧରି ୫୦,୦୦୦ରୁ କମ୍ ଦୈନିକ ସଂକ୍ରମଣ ଧାରା ଅବ୍ୟାହତ ରହିଛି। ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୩,୯୧,୫୧୬ ରହିଥିବା ବେଳେ ଏହା ଦେଶର ମୋଟ ପଜିଟିଭ୍ ସଂଖ୍ୟାର ୧.୧୮ ପ୍ରତିଶତ। ସାପ୍ତାହିକ ପଜିଟିଭିଟି ହାର ୨.୨୬ ପ୍ରତିଶତ ରହିଛି, ଯାହା ୭୮ ଦିନ ହେଲା ୩ ପ୍ରତିଶତରୁ କମ୍ ରହିଛି। ଏଥିସହ ଦୈନିକ ପଜିଟିଭିଟି ହାର ୨.୧୦ ପ୍ରତିଶତ ରହିଛି। ଏହା ମଧ୍ୟ ୧୨ ଦିନ ହେଲା ୩ ପ୍ରତିଶତରୁ କମ୍ ରହିଛି ଏବଂ ୯୬ ଦିନ ହେଲା ୫ ପ୍ରତିଶତରୁ କମ୍ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜଣାପଡ଼ିଛି।