ଅହମଦାବାଦ: ଭାରତର ଖ୍ୟାତନାମା ଔଷଧ ନିର୍ମାତା କମ୍ପାନି ଜାଇଡସ୍ କାଡିଲା ଏହାର କରୋନା ଭାଇରସ୍ ଟିକା (ଜାଇକୋଭ୍-ଡି)ର ପରୀକ୍ଷଣ ପ୍ରକ୍ରିୟା ଆଗାମୀ ମାର୍ଚ୍ଚ ସୁଦ୍ଧା ସଂପନ୍ନ କରିବ ବୋଲି ସୂଚନା ଦେଇଛି। କମ୍ପାନିର ଅଧ୍ୟକ୍ଷ ପଙ୍କଜ ପଟେଲ କହିଛନ୍ତି ଯଦି ଟିକାର ପରୀକ୍ଷଣ ସଫଳ ହେବ ତା’ହେଲେ ଏହା ୧୦ କୋଟି ଡୋଜ୍ ଏକ ବର୍ଷ ମଧ୍ୟରେ ପ୍ରସ୍ତୁତ କରିବ। କାଡିଲାର ଟିକା ପରୀକ୍ଷଣ ସଂପୂର୍ଣ୍ଣ ସଫଳ ହେଲେ ଏହା ବିଶ୍ବର ଅନ୍ୟ ନିର୍ମାତାଙ୍କ ସହ ମଧ୍ୟ ସମନ୍ବୟ ରକ୍ଷା କରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।
କାଡିଲା ଟିକାର ପରୀକ୍ଷଣ ମାର୍ଚ୍ଚରେ ସଂପୂର୍ଣ୍ଣ ହେବ, ୧ ବର୍ଷରେ ତିଆରି କରିବ ୧୦ କୋଟି ଡୋଜ୍
/sambad/media/post_attachments/wp-content/uploads/2020/07/virus-vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)