ଦୁର୍ଗମ ଅଞ୍ଚଳରେ ଡ୍ରୋନ୍‌ ପହଞ୍ଚାଇବ ଟିକା

ନୂଆଦିଲ୍ଲୀ: ଦୁର୍ଗମ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏକ ଅଭିନବ ଯୋଜନା ଆପଣାଇବାକୁ ଯାଉଛନ୍ତି। ଉକ୍ତ ଯୋଜନା କାର୍ଯ୍ୟକାରୀ ହେଲେ ମାନବରହିତ ବ୍ୟୋମ ଯାନ (ୟୁଏଭି) ବା ଡ୍ରୋନ୍‌ ମାଧ୍ୟମରେ ଖୁବ୍‌ଶୀଘ୍ର ଲୋକଙ୍କ ପାଖରେ ଟିକା ପହଞ୍ଚିବ। ଆଇଆଇଟି କାନପୁର ପକ୍ଷରୁ କରାଯାଇଥିବା ଅନୁଧ୍ୟାନରେ ଏହି ଯୋଜନା କାର୍ଯ୍ୟକାରୀ କରିବା ସମ୍ଭବ ବୋଲି ରିପୋର୍ଟ ଦିଆଯିବା ପରେ କେନ୍ଦ୍ର ସରକାରଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି।

ସରକାରଙ୍କ ପାଇଁ ସମସ୍ତ ଟିକା ସଂଗ୍ରହ କରୁଥିବା ସରକାରୀ କମ୍ପାନି ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌ କେୟାରର ସହାୟକ କମ୍ପାନି ଏଚ୍‌ଏଲ୍‌ଏଲ୍‌ ଇନ୍‌ଫ୍ରା ଟେକ୍ ସର୍ଭିସେସ୍ ଲିମିଟେଡ୍‌ ଆଇସିଏମ୍‌ଆର୍‌ ତରଫରୁ ଏଥିପାଇଁ ଗତ ୧୧ ତାରିଖରେ ଆଗ୍ରହ (ଇଓଆଇ) ଆହ୍ବାନ କରାଯାଇଛି। ଦେଶର କେତେକ ଅପହଞ୍ଚ ଓ ପାହାଡ଼ିଆ ଅଞ୍ଚଳରେ ଟିକା ଓ ଔଷଧ ପହଞ୍ଚାଇବା ପାଇଁ ୟୁଏଭି ବ୍ୟବହାର ପାଇଁ ଏଥିରେ କୁହାଯାଇଛି। ଯେଉଁ ‌ଡ୍ରୋନଗୁଡ଼ିକ ଅତିକମ୍‌ରେ ୧୦୦ ମିଟର ଉଚ୍ଚରେ ୩୫ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ ସେଭଳି ଡ୍ରୋନ ଆଇସିଏମ୍‌ଆର୍‌ ଖୋଜୁଛି। ଅନ୍ୟପକ୍ଷରେ ଦେଶର ପ୍ରଥମ ବିୟଣ୍ଡ୍ ଭିଜୁଆଲ୍ ଲାଇନ୍ ଅଫ୍ ସାଇଟ୍‌ (ବିଭିଏଲ୍‌ଓଏସ୍‌) ମେଡିକାଲ ଡ୍ରୋନ୍ ଡେଲିଭରି ପରୀକ୍ଷଣ ଆଗାମୀ ୧୮ ତାରିଖରୁ ବେଙ୍ଗାଲୁରୁ ନିକଟରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର