ଆଶ୍ଚର୍ଯ୍ୟଜନକ ଦୃଶ୍ୟ! ରାସାୟାନିକ ପଦାର୍ଥ ମିଶ୍ରିତ ପାଣିରେ ଶାଗବିଡ଼ାକୁ ବୁଡ଼ାଇବା ମାତ୍ରେ ଦେଖନ୍ତୁ କିଭଳି ଭାବେ ସତେଜ ହୋଇଯାଉଛି
ନୂଆଦିଲ୍ଲୀ: ଆଜିକାଲି ଆମେ ଯେଉଁଖାଦ୍ୟ ଓ ପନିପରିବା ଖାଉଛେ ସେଥିରେ ବିଭିନ୍ନ ପ୍ରକାର ରାସାୟାନିକ ପଦାର୍ଥ ମିଶ୍ରଣ ହେଉଥିବା କଥା କୁହାଯାଉଛି। ଯେଉଁ କାରଣ ପାଇଁ ମଣିଷ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ଏହି ସମସ୍ୟାକୁ ଅନେକ କ୍ଷେତ୍ରରେ ଡାକ୍ତରମାନେ ବି ଚିହ୍ନଟ କରି ପାରୁ ନାହାନ୍ତି।
ଏହି କ୍ରମରେ ବଜାରରେ ପନିପରିବାରେ ରାସାୟାନିକ ପଦାର୍ଥ ମିଶ୍ରଣ ହେଉଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ସ୍ତବ୍ଧ ହୋଇଯାଉଛନ୍ତି। ଆଉ ଭାବୁଛନ୍ତି,‘ ଆମେ ଏଭଳି ରାସାୟାନିକ ପଦାର୍ଥ ମିଶ୍ରଣ ପନିପରିବା ଖାଉଛେ? ଆମ ଶରୀର ଅବସ୍ଥା ଯେ କ’ଣ ହେବ ତାହା ଚିନ୍ତାି କରି ହେଉନାହିଁ।’
ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ପାତ୍ରାରେ କିଛି ରାସାୟାନିକ ପଦାର୍ଥକୁ ପାଣିରେ ମିଶ୍ରଣ କରି ରଖାଯାଇଛି। ଏହାପରେ ଝାଉଁଳି ପଡ଼ିଥିବା ଶାଗବିଡ଼ାକୁ ଜଣେ ଯୁବକ ଧରୁଛନ୍ତି। ଏହି ଶାଗବିଡ଼ାକୁ ସେ ଉକ୍ତ ପାତ୍ରାରେ ଥିବା ପାଣିରେ ବୁଡ଼ାଇ ଦେଉଛନ୍ତି। ଆପଣ ଦେଖି ଆଶ୍ଚର୍ଯ୍ୟ ହେବ ଯେ ଏହି ପାଣିରେ ବୁଡ଼ାଇବାର କିଛି ସମୟ ପରେ ଝାଉଁଳି ପଡ଼ିଥିବା ଶାଗବିଡ଼ା ସତେଜ ହୋଇଉଠୁଛି। ଯେମିତି ଲାଗୁଛି କି ଏହି ଶାଗବିଡ଼ାକୁ ତୁରନ୍ତ କଟା ହୋଇ ଅଣାହୋଇଛି।
A two minute real life horror story. 😱 pic.twitter.com/gngzaTT56q
— Amit Thadhani (@amitsurg) March 17, 2023
ଏହି ଭିଡିଓକୁ @ଅମିତସର୍ଗ ନାମକ ଆଇଡିରୁ ସେୟାର କରାଯାଇଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଉ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଭଳି ଯଦି ପ୍ରତ୍ୟେକ ଖାଦ୍ୟରେ ରାସାୟାନିକ ପଦାର୍ଥ ମିଶାଯିବ, ତେବେ ବଞ୍ଚିବା ପାଇଁ କ’ଣ ଖାଇବୁ।
ସୌଜନ୍ୟ: ଏନଡିଟିଭି