ଜଲାଲାବାଦ: ଆଫଗାନିସ୍ତାନର ଜଲାଲାବାଦରେ ଭାରତୀୟ ବାଣିଜ୍ୟ ଦୂତାବାସ ବା କନସୁଲେଟର ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଦୁଇଜଣ କର୍ମଚାରୀ ଆହତ ହୋଇଥିବାବେଳେ ସେମାନଙ୍କ ଅଙ୍ଗରକ୍ଷୀଙ୍କ ମୃତ୍ୟୁ ଘଟିଛି । ଆକ୍ରମଣକାରୀଙ୍କ ପରିଚୟ ମିଳିପାରି ନାହିଁ ଏବଂ ତଦନ୍ତ ଜାରି ରହିଛି।
ଭାରତୀୟ ବାଣିଜ୍ୟ ଦୂତାବାସରେ କାମ କରୁଥିବା ଉକ୍ତ କର୍ମଚାରୀମାନେ ଆଫଗାନ ବୋଲି ଜଣାପଡ଼ିଛି । ସେମାନଙ୍କୁ ହତ୍ୟା କରିବାକୁ ଏହି ଆକ୍ରମଣ କରାଯାଇଥିବା ସଂଦେହ କରାଯାଉଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀମାନଙ୍କୁ ଖୋଜିବା ଜାରି ରହିଛି।

ସୁରକ୍ଷା ଦୃଷ୍ଟିରୁ ୨୦୨୦ରେ ଆଫଗାନିସ୍ତାନରେ ଜଲାଲାବାଦରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସକୁ ନିଷ୍କ୍ରିୟ କରାଯାଇଥିଲା। ଏହାପରେ ଦୂତାବାସ ପ୍ରାୟତଃ ବନ୍ଦ ରହିଥିଲେ ମଧ୍ୟ ସେଠାରେ ଏକ ଛୋଟ ଆଫଗାନ କର୍ମଚାରୀ ଦଳକୁ ଜରୁରୀ କାମ କରିବାକୁ ରଖାଯାଇଥିଲା। ଆଫଗାନିସ୍ତାନର ସମସ୍ତ ବାଣିଜ୍ୟ ଦୂତାବାସ ବନ୍ଦ ଥିବା ସତ୍ତ୍ୱେ ଭାରତ ମାନବିକ ସହାୟତା ପ୍ରଦାନ ଜାରି ରଖିଛି। ଯଦିଓ ଭାରତ ତାଲିବାନ ଶାସନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ, ତଥାପି ଆଫଗାନିସ୍ତାନ ଲୋକଙ୍କ ପାଇଁ ଗହମ ଏବଂ ଔଷଧ ପଠାଇଛି। ବର୍ତ୍ତମାନ କେବଳ କାବୁଲରେ ଥିବା ଦୂତାବାସ କାର୍ଯ୍ୟକ୍ଷମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)