ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି, ବୈଦେଶିକ ମନ୍ତ୍ରୀ ଡକ୍ଟର ହୁସେନ ଅମୀର ଅବଦୁଲ୍ଲାଇନ୍ ଏବଂ ଅନ୍ୟ ଅଧିକାରୀଙ୍କ ଦୁଃଖଦ ବିୟୋଗରେ ସମବେଦନା ଜଣାଇବା ପାଇଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତାକାଲି ଇରାନ ଗସ୍ତ କରିବେ। ରଇସିଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ସରକାର ତଥା ଜନସାଧାରଣଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଇରାନ ଦୂତାବାସ ଗସ୍ତ କରି ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ଭାରତର ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି।
ରଇସିଙ୍କ ଶୋକସଭାରେ ସାମିଲ ହେବେ ଉପରାଷ୍ଟ୍ରପତି
/sambad/media/post_attachments/wp-content/uploads/2024/05/gjdgjgdjgjgdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)