ମସ୍କୋ: ଆତ୍ମସମର୍ପଣ କରିଥିବା ବା ଜୀବନ୍ତ ଧରାପଡ଼ିଥିବା ରୁଷ୍ ସୈନିକମାନଙ୍କୁ ୟୁକ୍ରେନ୍ ସେନା ନୃଶଂସଭାବେ ହତ୍ୟା କରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ଅନୁସାରେ, ରୁଷୀୟ ଯୁଦ୍ଧବନ୍ଦୀମାନଙ୍କୁ ୟୁକ୍ରେନ୍ର ସୈନିକମାନେ ପ୍ରଥମେ ଗୋଡ଼ ଭାଙ୍ଗି, ଦୁଇହାତକୁ ପଛପଟେ ବାନ୍ଧି ଗୁଳିମାରି ହତ୍ୟା କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଜଣେ ରୁଷ୍ ଯୁଦ୍ଧବନ୍ଦୀକୁ ୟୁକ୍ରେନ୍ ସୈନିକ ଘୋଷାରି ଘୋଷାରି ନେଇ ଅନ୍ୟ ରୁଷ୍ ସୈନିକଙ୍କ ଶବ ପାଖରେ ରଖୁଛି। ଯୁଦ୍ଧବନ୍ଦୀ ସୈନିକଟି ଜୀବନ ପାଇଁ କାକୁତିମିନତି ହେଲା ବେଳେ ୟୁକ୍ରେନ୍ ସୈନିକ ନିର୍ଦ୍ଦୟ ଭାବରେ ତାକୁ ହତ୍ୟା କରୁଛି। ସୈନିକଟି ତଥାପି ମରିନାହିଁ ବୋଲି ଜଣେ ୟୁକ୍ରେନୀୟ ସୈନିକ କହିବା ପରେ ସାଥୀ ସୈନିକଟି ରୁଷ୍ ସୈନିକକୁ ତିନିଥର ଗୁଳି ମାରିବାର ଦେଖାଯାଉଛି। ଏହା ୟୁକ୍ରେନ୍ ସେନାର ସାଂଘାତିକ ଯୁଦ୍ଧ ଅପରାଧ ବୋଲି କୁହାଯାଉଛି। ତେବେ ୟୁକ୍ରେନ୍ ପକ୍ଷରୁ ସଫେଇ ଦିଆଯାଇଛି ଯେ, ଯେଉଁମାନେ ରୁଷୀୟ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରିଛନ୍ତି ସେମାନେ ୟୁକ୍ରେନ୍ର ସୈନିକ ନୁହନ୍ତି। ସେମାନେ ହେଉଛନ୍ତି ଜର୍ଜିଆର ସ୍ବେଚ୍ଛାସେବୀ ସୈନିକ ଯେଉଁମାନେ ୨୦୨୪ରୁ ୟୁକ୍ରେନ୍ ପାଇଁ ଯୁଦ୍ଧ କରୁଛନ୍ତି।
ରୁଷ୍ର ଯୁଦ୍ଧବନ୍ଦୀଙ୍କୁ ୟୁକ୍ରେନ୍ ସେନାର ନୃଶଂସ ହତ୍ୟା ଭିଡିଓ ଭାଇରାଲ
/sambad/media/post_attachments/wp-content/uploads/2022/04/f654hf6s54f6h4hf65hf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)