ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ସମେତ କାନାଡାରେ କୌଣସି ଆପରାଧିକ କାର୍ଯ୍ୟକଳାପ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ତାଙ୍କ ଶୀର୍ଷ ଅଧିକାରୀଙ୍କୁ ଯୋଡ଼ିବାର କୌଣସି ପ୍ରମାଣ ନାହିଁ ବୋଲି କାନାଡା ସରକାର ଶୁକ୍ରବାର କହିଛି। କାନାଡାର ଏକ ଖବରକାଗଜରେ ଜଣେ ଜାତୀୟ ସୁରକ୍ଷା ଅଧିକାରୀଙ୍କ ବୟାନକୁ ଆଧାର କରି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ନିଜାରକୁ ହତ୍ୟା କରିବାର ଷଡ଼ଯନ୍ତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ତେବେ ଏହି ରିପୋର୍ଟରେ ସ୍ୱୀକାର କରାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏହି ଦାବିକୁ ସମର୍ଥନ କରିବା ପାଇଁ କାନାଡା ସରକାରଙ୍କ ପାଖରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ।

Advertisment

ମୋଦୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ନେଇ ସଫେଇ ଦେଲା

ଏଭଳି ଅଭିଯୋଗ ଉପରେ ଭାରତର ତୀବ୍ର ପ୍ରତିକ୍ରିୟା ପରେ କାନାଡାର ସ୍ବର ଏବେ ବଦଳିଛି।` କାନାଡା ସରକାର  ବିବୃତିରେ କହିଛି ଯେ ସରକାର ଏହି ଅଭିଯୋଗରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ବିବୃତିରେ କୁହାଯାଇଛି ଯେ, ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ କାରଣରୁ ଆର୍‌ସିଏମ୍‌ପି ଓ ଅଧିକାରୀମାନେ ଭାରତ ସରକାରଙ୍କ ଏଜେଣ୍ଟମାନଙ୍କ ଦ୍ୱାରା କାନାଡାରେ ଗମ୍ଭୀର ଆପରାଧିକ କାର୍ଯ୍ୟକଳାପ ବିଷୟରେ ସାର୍ବଜନିକ ଅଭିଯୋଗ ଆଣିଥିଲେ। ଆମେ ସାଧାରଣତଃ ଗଣମାଧ୍ୟମ ରିପୋର୍ଟ ଉପରେ ମନ୍ତବ୍ୟ ଦେଇ ନ ଥାଉ। ତେବେ କାନାଡା ସରକାରଙ୍କ ସୂତ୍ରରୁ ଏକ ଖବରକାଗଜକୁ ଦିଆଯାଇଥିବା ଏଭଳି ହାସ୍ୟାସ୍ପଦ ବୟାନକୁ ଖାରଜ କରାଯିବା ଉଚିତ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଜୟସ୍ୱାଲ ଆହୁରି କହିଛନ୍ତି ଯେ, ଏଭଳି କାର୍ଯ୍ୟ ଆମର ପୂର୍ବରୁ ତିକ୍ତ ଥିବା ସମ୍ପର୍କକୁ ଆହୁରି କ୍ଷତି ପହଞ୍ଚାଇଛି।