କୋଟି ଜନତାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ପାଇଁ ଭୋଟ୍‌ ହିଁ ଫଳପ୍ରଦ ମାଧ୍ୟମ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଏକ ବିଂଶ ଶତାବ୍ଦୀରେ ଜନ୍ମିତ ବ୍ୟକ୍ତିମାନେ ୧୦୧୮ ଜାନୁଆରି ପହିଲାରୁ ଧୀରେ ଧୀରେ ଭୋଟର୍‌ ମାନ୍ୟତା ପାଇବେ। ଭାରତୀୟ ଗଣତନ୍ତ୍ର ‘ନବଭାରତ’ର ଭୋଟର୍‌ମାନଙ୍କୁ ସ୍ୱାଗତ କରୁଛି। ମୁଁ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ ନିଜକୁ ଭୋଟର୍‌ ଭାବେ ପଞ୍ଜିକୃତ କରିବାକୁ କହୁଛି।

କୋଟି କୋଟି ଜନତାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସଙ୍ଘଠିତ କରିବାକୁ ଭୋଟ୍‌ ହେଉଛି ସବୁଠୁ ଫଳପ୍ରଦ ମାଧ୍ୟମ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌କି ବାତ୍‌’ ୩୯ଶ ସଂସ୍କରଣ ତଥା ୨୦୧୭ ବର୍ଷର ଅନ୍ତିମ ସଂସ୍କରଣରେ ଏମିତି ଉଦ୍‌ବୋଧନ ଦେଇଛନ୍ତି।

ସମସ୍ତଙ୍କୁ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ। କେତେ ଘଣ୍ଟା ପରେ ବର୍ଷ ବଦଳି ଯିବ, କିନ୍ତୁ ଆମ ବାର୍ତ୍ତାଳାପର ଧାରା ଏମିତି ଚାଲିଥିବ।

କିଛି ଦିନ ତଳେ ବିଶ୍ୱବ୍ୟାପୀ ବଡ଼ଦିନ ପାଳିତ ହୋଇଛି। ବଡ଼ଦିନ ଆମକୁ ଯୀଶୁଖ୍ରୀଷ୍ଟଙ୍କ ମହାନ୍‌ ବାଣୀ ସବୁକୁ ସ୍ମରଣ କରାଇ ଦିଏ। ସେ ସେବାର ଉଚ୍ଛ୍ୱାସ ଉପରେ ଅଧିକ ଗରୁତ୍ୱ ଦେଇଥିଲେ। ସେବାର ଉଚ୍ଛ୍ୱାସର ସାରମର୍ମ ବାଇବଲ୍‌ରୁ ଅନୁଭୂତ ହୋଇ ପାରିବ। ସେବାର ଉଚ୍ଛ୍ୱାସ ମାନବିକ ମୂଲ୍ୟବୋଧର ସର୍ବାଗ୍ରେ ଏକ ଅମୂଲ୍ୟ ଚିହ୍ନ ହୋଇ ରହିଛି।

ଗୁରୁଦେବ ରାମକୃଷ୍ଣ ପରମହଂସ ଉଦାହରଣ ଦେଇ କହୁଥିଲେ: ଜୀବନ୍ତ ପ୍ରାଣୀଙ୍କ ସେବା କଲେ ସତେ ଯେମିତି ସର୍ବନିୟନ୍ତାଙ୍କ ସେବା ପରି ଲାଗେ।

ଗୁରୁ ଗୋବିନ୍ଦ ସିଂହ ଲୋକଙ୍କୁ ଦେଉଥିବା ଶିକ୍ଷା ଜାତି ଓ ଧର୍ମ ବନ୍ଧନ ଭାଙ୍ଗିବା ଉପରେ କେନ୍ଦ୍ରୀତ ହୋଇଥିଲା। ଏ ବର୍ଷ ଥିଲା ଗୁରୁ ଗୋବିନ୍ଦ ସିଂହଙ୍କର ୩୫୦ ତମ ପ୍ରକାଶ ପର୍ବ। ସାହସ ଓ ତ୍ୟାଗର ଦୃଷ୍ଟାନ୍ତରେ ଭରା ଗୁରୁଗୋବିନ୍ଦ ସିଂହଙ୍କର ମହାନ୍‌ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଚାଲନ୍ତୁ, ସଭିଏଁ ଗୁରୁ ଗୋବିନ୍ଦ ସିଂହଙ୍କ ମହାନ୍‌ ଶିକ୍ଷା ଏବଂ ଆଦର୍ଶପୂର୍ଣ୍ଣ ଜୀବନକୁ ଆଧାର କରି ସେହି ଅନୁସାରେ ନିଜ ଜୀବନକୁ ପରିଚାଳିତ କରିବା।

‘ମନ୍‌କି ବାତ୍‌’ର ଏ ସଂସ୍କରଣରେ ୧୮ ରୁ ୨୫ ବର୍ଷ ବୟସ୍କ ସଫଳ ପୁରୁଷ ଏବଂ ନାରୀମାନଙ୍କୁ ମୁଁ କହିବାକୁ ଚାହେଁ ସଭିଏଁ ସୌର୍ଯ୍ୟବାନ୍‌ ହୋଇ ଶପଥ ଗ୍ରହଣ କରୁନ୍ତୁ। ନବଭାରତର ଯୁବବର୍ଗ ଆକାଙ୍କ୍ଷା, ଉତ୍ସାହ ଏବଂ ଶକ୍ତିର ପ୍ରତିନିଧି। ମୋର ଦୃଢ଼ ବିଶ୍ୱାସ ନବ ଭାରତର ସ୍ୱପ୍ନ ଏହି ଶକ୍ତିଶାଳୀ ଯୁବବର୍ଗଙ୍କ ପାରିବାରପଣିଆ ଓ ସାହସ ଦ୍ୱାରା ସାକାର ହୋଇ ପାରିବ।

ଜାତିବାଦ, ସାମ୍ପ୍ରଦାୟିକବାଦ, ଆତଙ୍କବାଦ ଏବଂ ଦୁର୍ନୀତି ବିଷକ୍ରିୟାରୁ ନବ ଭାରତ ମୁକ୍ତ ହେବା ସହ ଆବର୍ଜନା ଓ ଦାରିଦ୍ର୍ୟ ମୁକ୍ତ। ନବଭାରତ କେମିତି ଗଠିତ ହେବ ସେଥିପାଇଁ ନବ ଭରତର ଯୁବସମାଜ ଆଗେଇ ଆସି ତତ୍ତ୍ୱ ନେବା ଉଚିତ।
ଭାରତର ସବୁ ଜିଲ୍ଲାରେ ଆମେ ଗୋଟିଏ ମକ୍‌ ପାର୍ଲାମେଣ୍ଟ୍‌ ଆୟୋଜନ କରି ପାରିବା କି? ଦିଲ୍ଲୀରେ ଅଗଷ୍ଟ ପନ୍ଦର ଆଡ଼କୁ ଏକ ମକ୍‌ ପାର୍ଲାମେଣ୍ଟ୍‌ ଆୟୋଜନ କରିବାକୁ ମୁଁ ପ୍ରସ୍ତାବ ଦେଉଛି।

ଗତ ଥର ‘ମନ୍‌କି ବାତ୍‌’ର ମୁଁ ଦେଶବାସୀଙ୍କୁ ନିବେଦନ କରିଥିଲି ୨୦୧୭ର ସେମାନଙ୍କ ସକାରାତ୍ମକ ମହୂର୍ତ୍ତ ପ୍ରଚାର କରିବା ସହ ସକାରାତ୍ମକ ପରିବେଶରେ ୨୦୧୮କୁ ସ୍ୱାଗତ କରିବା ପାଇଁ। ଚାଲନ୍ତୁ, ଏଭଳି କୌଣସି ଛୋଟକାଟିଆ କୃତ୍ୱିତ୍ୱ ନେଇ ନୂଆ ବର୍ଷରେ ପ୍ରବେଶ କରିବା। ସକାରାତ୍ମକ ଭାରତରୁ ପ୍ରଗତିଶୀଳ ଭାରତ ଆଡ଼କୁ ଯାତ୍ରା ଆରମ୍ଭ କରିବାକୁ ନୂଆବର୍ଷରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା।

ସକାରତ୍ମକତା କଥା କହିଲାବେଳେ ମୁଁ ମଧ୍ୟ ଅନୁଭବ କରୁଛି ଗୋଟାଏ ଅନୁଭୂତି ବାଣ୍ଟିବାକୁ। ଏଇ ଗତ ସପ୍ତାହରେ ଜମ୍ମୁ ଏବଂ କଶ୍ମୀରର କେତେକ ଝିଅଙ୍କୁ ଭେଟିବାକୁ ସୁଯୋଗ ପାଇଥିଲି। ସେମାନଙ୍କ ଉଚ୍ଛ୍ୱସ, ହୃତୟ ଓ ସ୍ୱପ୍ନରେ ଥିବା ଉତ୍ସାହ ଦେଖି ମୁଁ କାବା ହୋଇ ଗଲି।

ଭାରତ ନୁହେଁ ବିଶ୍ୱର କୌଣସି ପ୍ରସିଦ୍ଧ ଧାର୍ମିକ ସ୍ଥଳ କଥା ପଡ଼ିଲେ କେରଳର ସବ୍ରିମାଲା ମନ୍ଦିର କଥା ଉଠାଇବା ସ୍ୱାଭାବିକ। ସେଠାରେ ପି ବିଜୟନ ବୋଲି ଜଣେ ପୁଲିସ ଅଧିକାରୀ ନୂଆ ପ୍ରଥାଟିଏ ଆରମ୍ଭ କରିଛନ୍ତି। ତାହା ହେଲା ଯଦି କୌଣସି ଭକ୍ତ ସ୍ୱଚ୍ଛତା ଅଭିଯାନରେ କୌଣସି ଶାରୀରିକ ଶ୍ରମଦାନ ନ କରିବେ, ସେମାନଙ୍କ ସାବ୍ରିମଲ ମନ୍ଦିର ଯାତ୍ରା ପୂର୍ଣ୍ଣ ହେବନାହିଁ।

ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରାଯାଉଛି। ଦକ୍ଷତା ବିକାଶ ଠାରୁ ଆରମ୍ଭ କରି ନବନିର୍ମାଣ ଏବଂ ଔଦୌଗିକତା ଯାଏଁ ସବୁଥିରେ ଆମ ଯୁବବର୍ଗ ନିପୂଣତା ପ୍ରଦର୍ଶନ କରୁଛନ୍ତି।

ଆମ ସହରାଞ୍ଚଳର ସ୍ୱଚ୍ଛତା ସ୍ତରର ମୂଲ୍ୟାୟନ ନିମନ୍ତେ ୪ ଜାନୁଆରି ଠାରୁ ୧୦ ମାର୍ଚ ଯାଏଁ ୨୦୧୮ର ସ୍ୱଚ୍ଛତା ସର୍ଭେ କରାଯିବ।

ନିକଟରେ ମୁଁ ଅଞ୍ଜୁମ ବଶିର ଖାଁ ଖାଟ୍ଟକଙ୍କର ପ୍ରେରଣାଦାୟୀ କାହାଣୀ ଶୁଣିବାକୁ ପାଇଲି। ସେ ଆତଙ୍କବାଦୀ ଦଂଶନରୁ ମୁକୁଳି କଶ୍ମୀର ପ୍ରଶାସନିକ ପରୀକ୍ଷାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଆଜି ସେ କେବଳ ଜମ୍ମୁ ଓ କଶ୍ମୀର ପାଇଁ ପ୍ରେରଣା ନୁହନ୍ତି, ସମଗ୍ର ଭାରତ ପାଇଁ ପ୍ରେରଣା। ଶୀର୍ଷ ସ୍ଥାନ ଲାଭ କରିବା ତୁମ୍ଭମାନଙ୍କର ସ୍ୱପ୍ନ ହେବା ଉଚିତ। ସେଥିପାଇଁ ତୁମ୍ଭେ ସବୁମତେ ଉଦ୍ୟମ କରିବା ଆବଶ୍ୟକ।

ଆଉ ଏକ କଥା ଆପଣମାନଙ୍କୁ କହିବାକୁ ଚାହେଁ। ଯଦି ଜଣେ ମୁସଲମାନ ମହିଳା ହଜ୍‌ ଯାତ୍ରାରେ ଯିବାକୁ ଚାହାନ୍ତି, ତାଙ୍କୁ ଜଣେ ‘ମେହରାମ୍‌’ ବା ପୁରୁଷ ଅଭିଭାବକ ସାଥିରେ ନେବାକୁ ପଡ଼ିବ। ନଚେତ ସେ ଯାଇ ପାରିବେ ନାହିଁ।

ଏବେ ‘ମେହରାମ୍‌’ ବିନା ମୁସଲମାନ ମହିଳା ହଜ୍‌ ଯାତ୍ରା କରିପାରିବେ। ମୁଁ ଆନନ୍ଦିତ ଯେ ପ୍ରାୟ ୧୩୦୦୦ ମୁସଲମାନ ମହିଳା ବିନା ‘ମେହରାମ୍‌’ରେ ହଜ୍‌ ଯାତ୍ରା କରିବାକୁ ଆବେଦନ କରିଛନ୍ତି।

ହଜ୍‌ ଯାତ୍ରୀ ଚୟନ କରିବାକୁ ସାଧାରଣତଃ ଲଟେରି କରାଯାଏ। କିନ୍ତୁ, ଏହି ଲଟେରିରୁ ଜଣିକିଆ ମହିଳା ତୀର୍ଥଯାତ୍ରୀଙ୍କୁ ବାଦ୍‌ ଦିଆ ଯାଉ ବୋଲି ମୁଁ ଚାହେଁ।

ସମସ୍ତ ୧୦ ‘ଆସିଆନ୍‌’ ସଦସ୍ୟ ଦେଶଙ୍କ ଗହଣରେ ୨୦୧୮ର ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ୨୦୧୭ ମସିହାରେ ‘ଆସିଆନ୍‌’ ସହ ଅଂଶୀଦାର ହେବାରେ ଭାରତ ୨୫ ବର୍ଷ ପୂରଣ କରିଛି। ୧୦ଟି ଦେଶର ମହାନ୍‌ ନେତାମାନେ ଏକତ୍ର ପହଞ୍ଚିବା ସମସ୍ତ ଭାରତୀୟଙ୍କ ପାଇଁ ଗୌରବର ବିଷୟ।

ନବ ବର୍ଷ ସମସ୍ତଙ୍କ ପାଇଁ ଖୁବ୍‌ ସୁଖ, ଆନନ୍ଦମୟ ଖବର ଓ ସମୃଦ୍ଧି ଆଣୁ। ଚାଲନ୍ତୁ ନୂତନ ଆଗ୍ରହ, ଉତ୍ସାହ, ଉଚ୍ଛ୍ୱାସ ଓ ଶପଥ ନେଇ ଆଗେଇ ଚାଲିବା।

ଏହା ପର୍ବାଣିର ସମୟ। ମୋ ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି। ପୁଣି ୨୦୧୮ରେ କଥାବାର୍ତ୍ତା ହେବା।

ସମ୍ବନ୍ଧିତ ଖବର